ପଥର ଖୋଲରୁ ମୃତଦେହ ଉଦ୍ଧାର

ଫୁଲବାଣୀ:  କନ୍ଧମାଳର ଦାରିଙ୍ଗବାଡ଼ିରେ ଜଣେ ନାବାଳକର ଗଳିତ ମୃତଦେହ ଉଦ୍ଧାର କରିଛି ପୁଲିସ୍।   କଟାବାଡ଼ି ଗାଁ ଜଙ୍ଗଲର ଏକ ପଥର ଖୋଲରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ ହେଲା ରିତେଶ ପ୍ରଧାନ, ତାଙ୍କ ବୟସ ୮ ବର୍ଷ ହେବ।

ସେ ଗତ ୫ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପୂର୍ବ ଶତ୍ରୁତାରୁ ନାବାଳକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ କଟାବାଡ଼ି ଗାଁର ୨ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଦୁଇ ଅଭିଯୁକ୍ତ ହେଲେ ମୀନକେତନ ପ୍ରଧାନ ଓ ଶ୍ୟାମସନ ପ୍ରଧାନ । ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ ।

 

You might also like