ଡଙ୍ଗା ଭସାଇବା ବେଳେ ବୁଡ଼ିଗଲେ ୯ ବର୍ଷର ବାଳକ

କେନ୍ଦୁଝର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଣ ବେଳେ ଅଘଟଣ ଘଟିଛି। କେନ୍ଦୁଝର ଆନନ୍ଦପୁର କୁଶେଇ ନଦୀରେ ବୁଡ଼ି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ନୂଆଗଡ଼ ଗାଁ କୁଶେଇ ନଦୀରେ ଡଙ୍ଗା ଭସା ବେଳେ ୯ ବର୍ଷର ବାଳକ ଶୁଭମ୍ ରାଉତ ଭାସି ଯାଇଛନ୍ତି।

ଆଜି ବଢ଼ି ଭୋରରୁ ଡଙ୍ଗା ଭସାଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶୁଭମଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

You might also like