ସାଇକେଲ୍‌ରେ ବାନ୍ଧି ମାଆର ଶବକୁ ମଶାଣୀ ନେଲା ନାବାଳକ ପୁଅ

ଝାରସୁଗୁଡ଼ା: ମୃତ୍ୟୁ ପରେ ବି ମିଳିଲାନି ଚାରି କାନ୍ଧ। ଜାତି ଭେଦ ବିବାଦକୁ ନେଇ ଶେଷରେ ବିଧବା ମାଆର ଶବକୁ ସାଇକେଲରେ ଏକାକୀ ବୋହିଲା ନାବାଳକ ପୁଅ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ କର୍ପାବାହାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଜୀବିତ ଥିବାବେଳେ ଜାନକୀ ନାମକ ବିଧବା ମହିଳା ଜାତିଆଣ ଜାଲରେ ଫସି ଯାଇଥିଲେ। ତେଣୁ ମଲା ପରେ ତାଙ୍କ ଶବକୁ କାନ୍ଧ ଦେବାକୁ କେହି ଜଣେ ହେଲି ବି ଆସିନଥିଲେ।

ଆଜି ସକାଳେ ଜାନକୀ ଗଢ଼ିଆରୁ ପାଣି ଆଣି ଘରେ ରଖୁଥିଲେ। ଏହି ସମୟରେ ସେ ପଡ଼ି ଯାଇଥିଲେ। ଆଉ ଉଠି ପାରିନଥିଲେ। ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସାହି ପଡ଼ିଶା କେହି ନ ଆସିବାରୁ ବାଧ୍ୟ ହୋଇ ପୁଅ ମାଆ ଶବକୁ ସାଇକେଲ୍‌ କ୍ୟାରିଅର୍‌ରେ ବାନ୍ଧି ୩ କିମି ଦୂର ଛର୍ଲା ଜଙ୍ଗଲକୁ ନେଇଯାଇ ସେଠାରେ ଶବକୁ ପୋତି ଦେଇଥିଲା।

ଏହି ଦୃଶ୍ୟ ସମସ୍ତେ ଦେଖୁଥିଲେ ମଧ୍ୟ କେହି ଜଣେ ହେଲେ ବି ସାହାଯ୍ୟ କରିବାକୁ ଆସି ନଥିଲେ। ମାଆର ମୃତଦେହକୁ ଜଙ୍ଗଲ ଭିତରେ ଗାତ ଖୋଳି ପୋତି ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

 

 

You might also like