ପୁରୀ(ମଧୁସୂଦନ ମିଶ୍ର): ପୁରୀ ଶ୍ରୀମନ୍ଦିର ପରିସରରେ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୁଲିସ୍ ବ୍ରହ୍ମଗିରି ଅଞ୍ଚଳରୁ ଜଣେ ନାବାଳକଙ୍କୁ ଗିରଫ କରିଛି। ପୁଲିସ୍ ତା’ ନିକଟରୁ ୧୬ ହଜାର ୩୬୧ ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରିଛି।
ନାବାଳକ ଜଣକ କୋଇଲି ବୈକୁଣ୍ଠ ନିକଟ ସୁଆରମହାସୁଆର ନିଯୋଗର ଅନ୍ନଦାନ ଆଟିକା କାର୍ଯ୍ୟାଳୟ ଓ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ରାମ ମନ୍ଦିର ଲୁଟ ଘଟଣାରେ ସଂପୃକ୍ତି ଥିବା ଜଣାପଡ଼ିଛି।
ତେବେ ନାବାଳକ ଜଣକ ବାରମ୍ବାର ବୟାନ ବଦଳାଉଥିବାରୁ ଲୁଟ୍ରେ ଅନ୍ୟ କାହାରି ସଂପୃକ୍ତି ଅଛି କି ନାହିଁ, ଏନେଇ ତଦନ୍ତ ଚାଲିଛି।