‘ନାବାଳକ ଗୋଡ଼କୁ ପିଟିଲା ପୋଲିସ୍’

କେନ୍ଦୁଝର: ପୁଣି ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ। କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଜଣେ ନାବାଳକକୁ ପୁଲିସ ମାଡ ମାରି ଥିବା ଅଭିଯୋଗ ହୋଇଛି। ଏନେଇ ନାବାଳକ ନିଜ ମା ସହିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖକୁ ଆସି ଲିଖିତ ଅଭିଯୋଗ କରିିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଘଟଗାଁ ଏସ୍‌ଡିପିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦୁଝର ଏସ୍‌ପି।

ଏକ ଚୋରି ମାମଲାରେ ପାଟଣା ଥାନା କାମେଶ୍ୱରପୁର ପାଟଣା ଗ୍ରାମର ଯଶୋବନ୍ତ ନାଏକ ଏବଂ ବୀଣା ନାଏକଙ୍କ ନାବାଳକ ପୁଅକୁ ଗତ ୨୧ ତାରିଖରେ ଥାନା ପକ୍ଷରୁ ଡକାଯାଇଥିଲା। ନିଜ ପରିବାର ସହିତ ସଂପୃକ୍ତ ନାବାଳକ ଥାନାକୁ ଆଣିବା ପରେ ଛଡାଯିବ ବୋଲି ଥାନା ପକ୍ଷରୁ କୁହାଯାଇଥିଲା, ମାତ୍ର ଅପରାହ୍ନ ୪ଟା ବେଳେ ଆସି ଦେଖିବା ବେଳକୁ ପୁଅକୁ ମାଡ ମାରି ଗୋଡକୁ କ୍ଷତାକ୍ତ କରି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ଏହାପରେ ଥାନା ପକ୍ଷରୁ ତାଙ୍କୁ ଛାଡି ଦିଆଯାଇଥିଲା। ମାତ୍ର ନାବାଳକ ଆଉ ଚାଲି ପାରି ନ ଥିଲେ। ଏହାପରେ ପରିବାର ପକ୍ଷରୁ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଇଥିଲେ। ଏବେ ଥାନାର ଦୁଇ ଜଣ ଅଧିକାରୀ ବାରମ୍ବାର ନାବାଳକର ମାଆଙ୍କ ପରିବାରକୁ ଧମକ ଦେଉଥିବା ନେଇ ଆଜି କେନ୍ଦୁଝର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଥାନା ଭିତରେ ନାବାଳକଙ୍କୁ ମାଡ଼ ଅଭିଯୋଗ ଉପରେ ପୋଲିସ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

You might also like