ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ
ଝାରସୁଗୁଡ଼ା: ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଅଭିଯୁକ୍ତର ନାଁ ଅଭୟ ସିଂହ ଦୁବେ। ଜଣେ ୧୨ ବର୍ଷର ନାବାଳକକୁ ଅଭୟ ଯୌନ ନିର୍ଯାତନା ଦେଇଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଉଭୟ ନାବାଳକ ଓ ଅଭିଯୁକ୍ତକୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି ପୁଲିସ୍। ଚାଇଲ୍ଡ ଲାଇନରେ ମଧ୍ୟ ଏ ସଂପର୍କରେ ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ଚାଲିଥିବା ଚାଇଲ୍ଡ […]
ଝାରସୁଗୁଡ଼ା: ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଅଭିଯୁକ୍ତର ନାଁ ଅଭୟ ସିଂହ ଦୁବେ।
ଜଣେ ୧୨ ବର୍ଷର ନାବାଳକକୁ ଅଭୟ ଯୌନ ନିର୍ଯାତନା ଦେଇଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି।
ଉଭୟ ନାବାଳକ ଓ ଅଭିଯୁକ୍ତକୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି ପୁଲିସ୍।
ଚାଇଲ୍ଡ ଲାଇନରେ ମଧ୍ୟ ଏ ସଂପର୍କରେ ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ଚାଲିଥିବା ଚାଇଲ୍ଡ ଲାଇନ୍ର ସଂଯୋଜକ କହିଛନ୍ତି।