ପ୍ଲାଜମା ଦାନ ପାଇଁ ‘ଆରୋଗ୍ୟ’ଙ୍କୁ ବୁଝାଇବେ ମନ୍ତ୍ରୀ

ଭୁବନେଶ୍ୱର: ପ୍ଲାଜମା ଦାନ କଥା ଆରୋଗ୍ୟଙ୍କୁ ବୁଝାଇବେ ମନ୍ତ୍ରୀ। ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀମାନେ ଜିଲ୍ଲା ବୁଲି କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ ପାଇଁ କହିବେ।

କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ୱ:-

ନିରଞ୍ଜନ ପୂଜାରୀଙ୍କୁ ପୁରୀ, ବିକ୍ରମ ଆରୁଖଙ୍କୁ କନ୍ଧମାଳ ଓ ଗଂଜାମ ଦାୟିତ୍ୱ ଦିଆଯାଇଛି। ପ୍ରଫୁଲ୍ଲ ମଲ୍ଲିକଙ୍କୁ ବରଗଡ଼, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଭଦ୍ରକ ଓ କେନ୍ଦ୍ରାପଡ଼ା; ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡ଼ା, ବୌଦ୍ଧ; ପ୍ରତାପ ଜେନାଙ୍କୁ ମୟୂରଭଂଜ, କଟକ ଦାୟିତ୍ୱ ଦିଆଯାଇଛି।

ସେହିପରି ଅରୁଣ ସାହୁଙ୍କୁ ନୟାଗଡ଼, ଖୋର୍ଦ୍ଧା ସୁଦାମ ମାର୍ଣ୍ଡିଙ୍କୁ ସୋନପୁର, ସୁଶାନ୍ତ ସିଂଙ୍କୁ ବଲାଙ୍ଗିର, ସମ୍ବଲପୁର; ନବ ଦାସଙ୍କୁ କଳାହାଣ୍ଡି, ନୂଆପଡ଼ା; ଟୁକୁନି ସାହୁଙ୍କୁ ଦେବଗଡ଼, ସୁନ୍ଦରଗଡ଼; ଜଗନ୍ନାଥ ସାରକାଙ୍କୁ ଗଜପତି, କୋରାପୁଟ ଦାୟିତ୍ୱ ଦିଆଯାଇଛି।

ସେହିପରି ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ, ଅଶୋକ ପଣ୍ଡାଙ୍କୁ ଅନୁଗୁଳ, ସମୀର ଦାଶଙ୍କୁ ଯାଜପୁର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ୱର, ପ୍ରେମାନନ୍ଦ ନାୟକଙ୍କୁ କେନ୍ଦୁଝର, ରଘୁନନ୍ଦନ ଦାସଙ୍କୁ ନବରଙ୍ଗପୁର ଓ ଜଗତସିଂହପୁର; ପଦ୍ମିନୀ ଦିଆନଙ୍କୁ ରାୟଗଡ଼ା, ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

ଗୋଟିଏ ପଟେ ଓଡ଼ିଶାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ମିଳିଛି। ରାଜ୍ୟରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ନୂଆ ଜୀବନ ଦେଇଛି। ରାଜ୍ୟରେ ପ୍ଲାଜମା ନେଇଥିବା ପ୍ରଥମ ରୋଗୀ ପୂରା ସୁସ୍ଥ ହୋଇଛନ୍ତି। ଆଜି ତାଙ୍କୁ ଡିସଚାର୍ଜ କରାଯିବ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କଟକର ୪୮ ବର୍ଷର ଜଣେ ମହିଳାଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୩ଜଣ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଯାଇଛିଅ। ସେମାନେ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

You might also like