ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବଦଳାଇଲେ ନିଜ କଥା

ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗ

ଭୁବନେଶ୍ୱର : ଚିଲିକା ଉପରେ ହେଲିକପ୍ଟର ଉଡାଣ ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ୟୁ-ଟର୍ଣ୍ଣ । ପୂର୍ବରୁ କହିଥିଲେ ହେଲିକପ୍ଟର ଉଡାଇବା ଦ୍ୱାରା ଜୈବ ବିବିଧତା ନଷ୍ଟ ହେବାର ସ୍କୋପ୍ ନାହିଁ । ଏହି ମନ୍ତବ୍ୟ ଦେବାର କିଛି ସମୟ ପରେ ପୁଣି ଗଣମାଧ୍ୟମକୁ ଡାକି ନିଜର ମତ ବଦଳାଇଛନ୍ତି ।

ସେ କହିଛନ୍ତି ଯେ, ଏହି ଚପର୍‌ଟି ଲୋ ଲାଇନରେ ଉଡିଥିଲା । ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ବନ୍ୟପ୍ରାଣୀ। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ବିଜୟଶ୍ରୀ ରାଉତରାୟ ଏଭଳି ବୟାନ ବଦଳାଇଛନ୍ତି ତାକୁ ନେଇ ଏବେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି।

You might also like