• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କାମାକ୍ଷାନଗର ( ବିଦ୍ୟାଧର ବରାଳ) : କାମାକ୍ଷାନଗର କଲେଜରେ ଅଧ୍ୟାପିକା ଅଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ। କଲେଜ ଗଭର୍ଣ୍ଣଂ ବଡ଼ିର ଅଧ୍ୟକ୍ଷ ଅଛନ୍ତି ଖୋଦ ଖଣିମନ୍ତ୍ରୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଖଣିମନ୍ତ୍ରୀଙ୍କ ଅଧ୍ୟାପିକା ବୋହୂ ଛୁଟିରେ ଥାଇ ବି ମାସ ମାସ ଧରି ନେଇଛନ୍ତି  ଦରମା।

୨୦୧୬ରୁ ୧୮ ଯାଏଁ ଛୁଟିରେ ଥାଇ ଦରମା ନେଇଥିବାବେଳେ ସେ କୁଆଡ଼େ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି କରୁଥିବା ଦର୍ଶାଇଥିଲେ । ଯାହାକି ମିଛ ବୋଲି ଆରଟିଆଇ ତଥ୍ୟରୁ ଧରାପଡ଼ିବା ପରେଏହାକୁ ନେଇ ଲୋକାୟୁକ୍ତଙ୍କ ପାଖରେ ଫେରାଦ ହୋଇଛନ୍ତି ଆରଟିଆଇ କର୍ମୀ  । ଏଣେ ଘଟଣାକୁ ନେଇ ମନ୍ତ୍ରୀଙ୍କୁ ଘେରିଛି ବିଜେପି ।

ଅନ୍ୟପକ୍ଷେ ବୋହୂଙ୍କ ଉପରେ ଲାଗି ଥିବା ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ବୋହୂ ଲିପ୍ସା ପ୍ରଧାନ କାମାକ୍ଷାନଗର କଲେଜ୍‌ରେ ଠିକାରେ ଅଧ୍ୟାପନା କରୁଛନ୍ତି। କଲେଜର ସମସ୍ତ କାର୍ଯ୍ୟରେ ଯୋଗଦେବା ସହ ଅନ୍ୟ କଲେଜକୁ ଇନଭିଜଲେଟର ଡ୍ୟୁଟି ବି କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ଜୁଲୋଜି ବିଭାଗରେ ପିଏଚଡିରେ ଆଡମିଶନ୍ ନେଇଥିଲେ। ତେବେ ପୁଅ ଦେହ ଅସୁସ୍ଥ ରହିବା ଯୋଗୁ ସେ ସେଠି ଆଉ କ୍ଲାସ୍ କରିନଥିଲେ। ଲିପ୍ସାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ପ୍ରଫୁଲ୍ଲ।

ମନ୍ତ୍ରୀ କହିଛନ୍ତି ‘ମୋ ବୋହୂ ଏମ୍‌ଏସି,  ଏମ୍‌ଫିଲ୍‌। ସେ ରେଗୁଲାର ବା ବ୍ଲକଗ୍ରାଣ୍ଟ ଚାକିରୀ କରୁନି। କଣ୍ଟ୍ରାକ୍‌ଚୁଆଲ କାମ କରୁଛି। ପିଏଚ୍‌ଡିରେ ନାମ ଲେଖାଇଥିଲା। ତେବେ ୨/୩ ଦିନ କ୍ଲାସ କରବା ପରେ ପୁଅ ଦେହ ଖରାପ ହେବାରୁ ଆଉ କ୍ଲାସ କଲାନି। ତେବେ କଲେଜରେ ଯେମିତି ଡ୍ୟୁଟି କରିବା କଥା କରିଛି। ପିଲାଙ୍କ ଖାତା ଦେଖିଛି। ୟୁନିଭର୍ସିଟି ତା’ର ପ୍ରାପ୍ୟ ଦେଇଛି। ’

କାମାକ୍ଷାନଗରରେ କଲେଜ୍‌ରେ ୨୦୧୬ରୁ ୧୮ ଯାଏ ଛୁଟିରେ ରହି ମନ୍ତ୍ରୀଙ୍କ ବୋହୁ ଲିପ୍ସା ପ୍ରଧାନ ଦରମା ନେଇଥିବା ଅଭିଯୋଗ ହୋଇଥିଲା।

 

Minister-prafulla-mallick-gives-reaction-for-his-daughter-in-law
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories