ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ମହାରଥୀ

ପୁରୀ: ପିପିଲି ନାବାଳିକା ଦୁଷ୍କର୍ମ, ହତ୍ୟା ମାମଲାର ରାୟ ନେଇ ପ୍ରତିକ୍ରିୟା ରଖିଛନ୍ତି ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ। ସେ କହିଛନ୍ତି, ପୀଡ଼ିତା ପାଇଁ ମୁଁ ଦୁଃଖିତ। ଏବଂ ରାୟକୁ ସମ୍ମାନ ଦେଉଛି। ସତ କେବେ ଲୁଚି ରହେନି, ଆଜି ସତ୍ୟର ବିଜୟ ହୋଇଛି  ସତ ସତ ମିଛ ମିଛ, ଆଜି କ୍ଷୀର ପାଣି ଅଲଗା ହୋଇଯାଇଛି’ ବୋଲି ମହାରଥୀ କହିଛନ୍ତି।

ଗତକାଲି ବହୁଚର୍ଚ୍ଚିତ ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ଭାଇଙ୍କୁ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଦ୍‌ ଦୋଷମୁକ୍ତ କରିଥିଲେ। ପ୍ରମାଣ ଅଭାବରୁ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ଶୁକାନ୍ତ ପ୍ରଧାନଙ୍କୁ କୋର୍ଟ ଦାଷମୁକ୍ତ କରିଛନ୍ତି।

୨୦୧୧ ନଭେମ୍ବର ୨୯ରେ ପିପିଲି ଅର୍ଜୁନଗଦା ନିକଟ ବିଲ ଭିତରୁ ପୀଡ଼ିତାକୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଦୁଷ୍କର୍ମ ସହ ହତ୍ୟା ଲାଗି ଉଦ୍ୟମ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ୨୦୧୨ ଜୁନ ୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା।

You might also like