• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ରାଜଧାନୀକୁ ଘାରିଛି ବିଶ୍ୱକପ୍‌ କହିର ଫିଭର୍‌। ସବୁଠି ହକିକୁ ନେଇ ଉତ୍ସାହ ଓ ଉଦ୍ଦୀପନା ଥିବା ବେଳେ ବଡ଼ ଆୟୋଜନ ଭିତରେ କିନ୍ତୁ ସରକାରଙ୍କ ଛୋଟ ମାନସିକତାକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ।

ସେ ଅଭିଯୋଗ କରିଛନ୍ତି, ସରକାର ହକି ପାଇଁ କମ୍ ବରଂ ଦଳର ପ୍ରଚାର ପାଇଁ ଅଧିକ ପ୍ରୟାସ କରୁଛନ୍ତି। ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ ସରକାର ପାତରଅନ୍ତର କରୁଥିବା ଅଭିଯୋଗ ଆଣିଛନ୍ତି ଜୁଏଲ। ଛୋଟ ମନରେ ବଡ଼ କାମ ହୁଏ ନାହିଁ ବୋଲି ସେ କଟାକ୍ଷ କରିବା ସହ କିଛି ଗଣମାଧ୍ୟମକୁ କଭରେଜ୍‌ ପାଇଁ ଅନୁମତି ନ ଦେବାକୁ ବି ସେ ନିନ୍ଦା କରିଛନ୍ତି।

ଅନ୍ୟପଟେ ହକି ବିଶ୍ୱକପ୍‌ କଭରେଜ୍‌ରୁ ଓଟିଭି ସମେତ ଅନ୍ୟ କିଛି ଗଣମାଧ୍ୟକୁ ବାରଣ କରାଯିବାକୁ ନେଇ ପ୍ରଶ୍ନ ଉଠିଛି।

ପ୍ରଥମେ ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର, ପରେ ବିଶ୍ୱକପ୍‌ କଭରେଜ୍‌ ପାଇଁ ମିଡିଆ ଆକ୍ରେଡିଟେସନ୍‌ରୁ ମଧ୍ୟ ବଞ୍ଚିତ କରାଯାଇଛି।

ନିଜ ଖରାପ ବ୍ୟବହାର ପାଇଁ କ୍ଷମା ମାଗିବା ପରିବର୍ତ୍ତେ ସଂପୃକ୍ତ ପ୍ରଶାସକ ଓ ବିଶ୍ୱକପ୍‌ ଆୟୋଜକ ଓଲଟା ନିମ୍ନସ୍ତରରକୁ ଯାଇ କଭରେଜ୍ ଲାଗି ସ୍ୱୀକୃତି ଦେଇନାହାଁନ୍ତି।

ତେବେ ଟେଲିଭିଜନ୍‌ ରେଟିଂ ଦୃଷ୍ଟିରୁ ଓଟିଭି ଠାରୁ ଢେର ପଛରେ ଥିବା ଚ୍ୟାନେଲଗୁଡ଼ିକୁ କଭରେଜ୍‌ ପାଇ ଅନୁମତି ଦିଆଯାଇଥିବା ବେଳେ ଓଟିଭିକୁ କାହିଁକି ବାରଣ କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି।

ତେବେ କେବଳ ଓଟିଭି ନୁହେଁ ଅନ୍ୟ କିଛି ପ୍ରିଣ୍ଟ ଓ ଡିଜିଟାଲ୍ ମିଡିଆକୁ ମଧ୍ୟ ହକି ବିଶ୍ୱକପ୍‌ କଭରେଜ୍‌ ପାଇଁ ଅନୁମତି ମିଳିନି।

ଆକ୍ରୋଶ ରଖି ଗଣମାଧ୍ୟମକୁ ହକି ବିଶ୍ୱକପ୍‌ରୁ କଭରେଜ୍‌ରୁ ବାରଣ କରିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ତେବେ ବିଜେଡିର ପୂର୍ବତନ ରାଜ୍ୟ ସଭା ସାଂସଦ ଦିଲ୍ଲୀପ ତୀର୍କୀ କହିଛନ୍ତି, କଭେରଜ୍‌ କିଏ କେମିତି କରିବ ସେ ଦାୟିତ୍ୱ ହକି ଫେଡେରେସନର। ରାଜ୍ୟ ସରକାରଙ୍କ ଏଥିରେ କିଛି କରିବାର ନାହିଁ।

ଗୋଟିଏ ପଟେ ହକି ପାଇଁ ବିରାଟ ଆୟୋଜନ, ଅନ୍ୟପଟେ ଛୋଟ ମାନସିକତା କିଛି ଅଧିକାରୀଙ୍କ ଆକ୍ରୋଶମୂଳକ ମନୋଭାବ ଲାଗି କିଭଳି ଲକ୍ଷ ଲକ୍ଷ ଦର୍ଶକଙ୍କ ସ୍ୱାର୍ଥକୁ ବି ବଳି ପକାଯାଇପାରେ, ଏ ସରକାରରେ ତାହା ପଦାକୁ ଆସିଛି।

 

Minister-jual-oram-target-odisha-govt-on-medai-coerage-in-world-cup-hockey1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories