ଧାନ ସଂଗ୍ରହ ନେଇ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ରାଜ୍ୟର ବିଜେପି ସାଂସଦ। ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦ ପୀୟୂଷ ଗୋୟଲଙ୍କ ସହ ଆଲୋଚନା ହୋଇଛି। ରାଜ୍ୟ ସରକାର ଧାନ ସଂଗ୍ରହ ନେଇ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି।

ନୂଆଦିଲ୍ଲୀ ଠାରେ @BJP4Odisha ର ସାଂସଦ ସହଯୋଗୀ ମାନଙ୍କ ସହ କେନ୍ଦ୍ରମନ୍ତ୍ରୀ @PiyushGoyal ଜୀଙ୍କୁ ଦେଖା କରିବା ସହ ଓଡ଼ିଶାରେ ବିକ୍ରି ହୋଇନଥିବା ସମସ୍ତ ଧାନକୁ ତୁରନ୍ତ କିଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କଲୁ ।
ଧାନ ସଂଗ୍ରହ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବା ସହ ଧାନ କିଣା ବିଳମ୍ବର ସତ୍ୟତା ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ପାଇଁ ଆମେ ଅନୁରୋଧ କଲୁ । ଏହାକୁ ଗମ୍ଭୀରତାର ସହ ନେଇ ଏହି ପ୍ରସଙ୍ଗରେ ଥିବା ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ନେଇ କେନ୍ଦ୍ରମନ୍ତ୍ରୀ @PiyushGoyal ଜୀ ପ୍ରତିଶ୍ରୁତି ଦେଇଛନ୍ତି ।
ଧାନ କିଣା ନେଇ ଥିବା ଆନୁଷଙ୍ଗିକ ସମସ୍ୟା ତଥା ଓଡ଼ିଶାରେ ଧାନ କିଣା ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବରେ କରିବା ପାଇଁ ମଧ୍ୟସ୍ଥିଙ୍କୁ ସମ୍ପୃକ୍ତି ନେଇ ଥିବା ସମସ୍ୟା, ଏମଏସପି ମୂଲ୍ୟ ଆଧାରରେ ସ୍ୱଚ୍ଛ ଏବଂ ଶୀଘ୍ର ଧାନ କ୍ରୟ କରିବା ଦିଗରେ ମଧ୍ୟ ଆମେ ସହଯୋଗ ଲୋଡ଼ିଲୁ ।
ଅନୁକୂଳ ମୌସୁମୀ କାରଣରୁ ଧାନ ଅମଳର ଆଶା କରାଯାଉଥିବା ଅପେକ୍ଷା ଚଳିତ ବର୍ଷ ରାଜ୍ୟ ସରକାର ପ୍ରତ୍ୟେକ ଏକର ଜଳସେଚିତ ଜମି ପାଇଁ ୧୯ କ୍ୱିଂଟାଲ ଏବଂ ପ୍ରତ୍ୟେକ ଏକର ଅଣଜଳସେଚିତ ଜମି ପାଇଁ ୧୩ କ୍ୱିଂଟାଲ ଧାନ କ୍ରୟ ସର୍ବୋଚ୍ଚ ମୂଲ୍ୟର ସଂଶୋଧନ କରିନାହାଁନ୍ତି । ଏହି କାରଣରୁ ହଜାର ହଜାର ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି ।
ଟୋକନ ନିର୍ଦ୍ଦାରିତ ସମୟ ଶେଷ ହୋଇଯିବା କାରଣରୁ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବାରୁ ବଂଚିତ ହେଉଛନ୍ତି । ଗରିବ ଚାଷୀମାନେ କଟନୀ ଛଟନୀର ଶିକାର ହେଉଛନ୍ତି । ପରିବହନ ଖର୍ଚ୍ଚ ଏବଂ ମହଜୁଦ୍ କରି ରଖିବା ପାଇଁ ଅର୍ଥାଭାବରୁ ଧାନ ଚାଷୀମାନେ ବହୁତ୍ କମ ମୂଲ୍ୟରେ ନିଜର ଉତ୍ପାଦିତ ସାମଗ୍ରୀକୁ ଏପିଏମସି ମଣ୍ଡିରେ ବିକ୍ରି କରୁଛନ୍ତି ।
ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ @narendramodi ଜୀ ଚାଷୀଙ୍କ ଆୟକୁ ଦୁଇଗୁଣା କରିବାର ସ୍ୱପ୍ନକୁ ସାକାର କରିବା ତଥା ଧାନ କିଣା ନେଇ ଥିବା ସମସ୍ୟାର ସମାଧାନ କରିବା ପାଇଁ ଆବଶ୍ୟକୀୟ ସହଯୋଗ ନିମନ୍ତେ କେନ୍ଦ୍ରମନ୍ତ୍ରୀ @PiyushGoyal ଜୀଙ୍କ ସହଯୋଗ ଲୋଡ଼ିଲୁ ।

-ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ

ଚଳିତ ବର୍ଷ ରାଜ୍ୟରେ ଭଲ ଅମଳ ହୋଇଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଅପାରଗତାରୁ ଚାଷୀ ହନ୍ତସନ୍ତ ହେଉଛନ୍ତି। କେନ୍ଦ୍ର ପକ୍ଷରୁ ଯାହା MSP ଦର ଧାର୍ଯ୍ୟ ହୋଇଛି। ସେ ଅନୁସାରେ ଧାନ ସଂଗ୍ରହ କରାଯାଉ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କୁ ଜଣାଇଛନ୍ତି ବିଜେପି ସାଂସଦ। ଧାନ ସଂଗ୍ରହ ସୀମା ସଂଶୋଧନ କରାଯାଉନି। ଫଳରେ ଏମ୍ଏସ୍‌ପିଠୁ ବହୁ କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ବୋଲି ବିଜେପି ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି।

You might also like