ପୁଣି ମୁହାଁମୁହିଁ ବଦ୍ରି ପାତ୍ର ଓ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ପୁଣି ମୁହାଁମୁହିଁ ଦୁଇ ପାରମ୍ପରିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବଦ୍ରି ପାତ୍ର ଓ ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ ପଟ୍ଟନାୟକ କଂଗ୍ରେସକୁ ଭାଙ୍ଗିବାକୁ ପିସିସି ସଭାପତି ହୋଇଥିବା ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ ବଦ୍ରି ପାତ୍ର।

ଏମିତିକି ଦୀର୍ଘଦିନ ଧରି ଉଦ୍ୟମ କରି ପିସିସି ସଭାପତି ପଦ ପାଇ ପାରିନଥିବାରୁ ସେ ଏବେ କଂଗ୍ରେସ ଉପରେ ପ୍ରତିଶୋଧ ନେଉଛନ୍ତି ଓ ତାଙ୍କ ଭାଇ ବି ତାଙ୍କୁ ଛାଡ଼ି ଯାଇଥିବାବେଳେ ଅନ୍ୟମାନେ ସାଥିରେ କେମିତି ରହିବେ ବୋଲି ନିରଞ୍ଜନ ଆଶା କରୁଛନ୍ତି ବୋଲି ବଦ୍ରି ପ୍ରଶ୍ନ କରିଛନ୍ତି।

ଉତ୍ତରରେ ନିରଞ୍ଜନ ପଟ୍ଟନାୟତ କହିଛନ୍ତି ଏହା ବଦ୍ରିଙ୍କର ସୂକ୍ଷ୍ମ ବୁଦ୍ଧି। ସେ କାହିଁକି ଅଧର୍ଯ୍ୟ ହେଉଛନ୍ତି ବୋଲି ନିରଞ୍ଜନ କହିଛନ୍ତି।

 

You might also like