ଅପରାଜିତା ଷଡ଼ଙ୍ଗୀଙ୍କ ଚିଠିର ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ୱର: ବିଏମ୍‌ସି କମିଶନର୍‌ଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ଚିଠି ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। କର୍ପୋରେସନ୍ ଆକ୍ଟରେ ୱାର୍ଡରେ ପ୍ରତିନିଧି ରଖିବାର କିଛି ବ୍ୟବସ୍ଥା ନାହିଁ। ଭୁବନେଶ୍ୱରରେ ଜଣେ ସାଂସଦ ଓ ୩ ଜଣ ବିଧାୟକ ରହିଛନ୍ତି। ଯଦି ପରାମର୍ଶ ଦେବାକୁ ଅଛି, ତେବେ ସେମାନେ କମିଶନର ଓ ପ୍ରଶାସକଙ୍କୁ ପରାମର୍ଶ ଦେଇପାରିବେ ବୋଲି କହିଛନ୍ତି ଅଶୋକ।

ଏଥିସହିତ ପ୍ରତିନିଧି ବ୍ୟବସ୍ଥା କଲେ ବିଭ୍ରାଟ ହେବ। ଏବେ କରୋନା ବିରୋଧରେ ଲଢ଼ିବା ନା ପ୍ରତିନିଧି ବ୍ୟବସ୍ଥା ନେଇ ସମୟ ଅତିବାହିତ କରିବା ବୋଲି ପ୍ରଶ୍ନ କରିଛନ୍ତି ଅଶୋକ ପଣ୍ଡା।

ଗତକାଲି ବିଏମ୍‌ସି କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଚିଠି ଲେଖିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଏମ୍‌ସି ପକ୍ଷରୁ ପ୍ରତି ୱାଡ୍‌ରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସେ ଗଠନ କରିଥିବା ପ୍ରତିନିଧି ସାହାଯ୍ୟ କରିବେ ବୋଲି ଚିଠିରେ ଜଣାଇଥିଲେ। ଭୁବନେଶ୍ୱରର ବିଭିନ୍ନ ଦୋକାନୀ, ୱାଡ୍‌ର ୱେଲ୍‌ଫେୟାର୍ସ, ବସ୍ତିବାସିନ୍ଦାଙ୍କ ଅନୁରୋଧ ପରେ ସାଂସଦ ତାଙ୍କର ପ୍ରତିନିଧି ନିଯୁକ୍ତି ଲାଗି ଚିଠିରେ ଲେଖିଥିଲେ।

You might also like