ନାବାଳିକା ଦୁଷ୍କର୍ମ ମାମଲାରେ ଏମିତି କହିଲେ ମନ୍ତ୍ରୀ ଅରୁଣ ସାହୁ

ସତ୍ୟ ଉନ୍ମୋଚନ ହେଉ, ପୀଡ଼ିତା ନ୍ୟାୟ ପାଉ

ନୟାଗଡ: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣାରେ ପ୍ରତିକ୍ରିୟା ଦେଲେ ମନ୍ତ୍ରୀ ଅରୁଣ ସାହୁ। କହିଲେ, ସତ୍ୟ ଉନ୍ମୋଚନ ହେଉ, ପୀଡ଼ିତା ନ୍ୟାୟ ପାଉ । ଭଗବାନ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି, ପୀଡ଼ିତା ଅତିଶୀଘ୍ର ନ୍ୟାୟ ପାଉ। ତେବେ ନାବାଳିକା ଘଟଣାରେ ଦୋଷୀକୁ ଧରିବାକୁ ରାଜ୍ୟ ସରକାର ଏସଆଇଟିକୁ ଦାୟିତ୍ୱ ଦେଇଥିଲେ। ଏସଆଇଟି ଏହି ଘଟଣାରେ ସରୋଜ ସେଠୀକୁ ଗିରଫ କରିଛି। କେବଳ ଏତିକି ନୁହେଁ ବରଂ ସରୋଜ ସେଠୀ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଏସଆଇଟି ଗତକାଲି ପ୍ରେସମିଟରେ କହିଛି।

ସେପଟେ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ମିସ୍‌କେସ୍‌ ଦାୟର କଲା ଭାରତୀୟ ବିକାଶ ପରିଷଦ। ଏଥିସହ ମାମଲାର ସିବିଆଇ ତଦନ୍ତ ଦାବି ଦୋହରାଇଲା। SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି ସହ ପ୍ରଥମେ ଓ ଏବେ ଡାକ୍ତରୀ ମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି କରିଛି ପରିଷଦ।

ତେବେ ନାବାଳିକା ଦୁଷ୍କର୍ମ ଘଟଣାରେ ବିଭିନ୍ନ ପ୍ରକାର ତଥ୍ୟ ମିଳିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଘଟଣାରୁ ପରଦା ଉଠୁଥିବା ବେଳେ ଏସଆଇଟି କହୁଥିବା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଅଭିଯୁକ୍ତ ହିଁ ମାନୁନାହାନ୍ତି ପୀଡିତାଙ୍କ ପରିବାର। ତେବେ ଏହାରି ମଧ୍ୟରେ ଘନ ଘନ ଯଦୁପୁର ଗସ୍ତ କରୁଛନ୍ତି ଏସଆଇଟଇ ମୁଖ୍ୟ।

ଏପଟେ ନୟାଗଡ଼ ଚର୍ଚ୍ଚିତ ନାବାଳିକା ହତ୍ୟା ଘଟଣାରେ ପ୍ରତି ଘଣ୍ଟାରେ କିଛି ନା କିଛି ଅପଡେଟ୍ ଆସୁଛି। ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ, ଯଦୁପୁରରେ ପହଞ୍ଚିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଗତକାଲି ପୋଖରୀରୁ ନାବାଳିକାର ଲେଗିଙ୍ଗ୍‌ସ ବାହାରିବା ପରେ ଯଦୁପୁରରେ ପହଞ୍ଚିଛନ୍ତି SIT ମୁଖ୍ୟ। ସେଠାରେ ପହଞ୍ଚିବା ପରେ ଓଡ୍ରାଫ୍ ଟିମ୍ ସହ ଆଲୋଚନା ମଧ୍ୟ କରିଛନ୍ତି ବୋଥ୍ରା।

ନୟାଗଡ଼ର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରମାଣ ଏକାଠି କରୁଥିବା ଏସଆଇଟି ହାତରେ ଲାଗିଛି ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍‌। ନୟାଗଡ଼ ଯଦୁପୁରର ଏକ ପୋଖରୀରୁ ପୀଡ଼ିତାଙ୍କ ଏକ ଲେଗିଙ୍ଗସ୍‌ ପୋଲିସ ଉଦ୍ଧାର କରିଛି । ଗତକାଲି ଦିନ ତମାମ ପୋଖରୀର ଜଳ ନିଷ୍କାସନ ପରେ ଏହି ଲେଗିଙ୍ଗସ୍ ମିଳିଛି। ହେଲେ ସେଇ ଲେଗିଙ୍ଗସ୍‌ ସଂପୃକ୍ତ ନାବାଳିକାର ତ? ଏହାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ।

ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ୧୬ ଘଣ୍ଟା ଧରି ଜଳ ନିଷ୍କାସନ ପରେ ପୋଖରୀକୁ ଶୁଖାଯାଇ ଲେଗିଙ୍ଗସ୍‌କୁ ଉଦ୍ଧାର କରିଥିଲେ। ଲେଗିଙ୍ଗସ୍‌ ମିଳିବା ପରେ ତାକୁ ନିଜ ହେପାଜତକୁ ନେଇଛି SIT।  ତେବେ ଯେଉଁ ଲେଗିଙ୍ଗସ୍‌କୁ ପୋଖରୀରୁ ଉଦ୍ଧାର କରାଯାଇଛି ତାହା ପ୍ରକୃତରେ ସଂପୃକ୍ତ ନାବାଳିକାର ନା ନୁହେଁ,  ତାକୁ ନେଇ ପ୍ରଶ୍ନ ଉଠିଛି।

ନାବାଳିକା ପରିବାର ସଦସ୍ୟଙ୍କ କହିଛନ୍ତି, ଘଟଣା ଦିନ  ନାବାଳିକା ପିନ୍ଧିଥିବା ଲେଗିଙ୍ଗସ୍‌ର ରଙ୍ଗ ଥିଲା ନୀଳ ରଙ୍ଗର।  ଉଦ୍ଧାର ହୋଇଥିବା ଲେଗିଙ୍ଗସର ରଙ୍ଗ ସ୍ପଷ୍ଟ ହୋଇନଥିବା ବେଳେ ଏସଆଇଟି ପକ୍ଷରୁ ସ୍ପଷ୍ଟ କରାଗଲେ ହିଁ ଏ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ।

ସେପଟେ ପୋଖରୀରୁ ଲେଗିଙ୍ଗସ୍‌  ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେଠାରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବୋଥ୍ରା । ଆଜି ପୁଣି ଥରେ ଏହି ମାମଲାରେ ଅଧିକ ପ୍ରମାଣ ଖୋଜିବା ପାଇଁ ଚେଷ୍ଟା ଜାରି ରଖିବ ଏସଆଇଟି ଟିମ୍ । ଏହା ସହ ରିମାଣ୍ଡରେ ଥିବା ଅଭିଯୁକ୍ତକୁ ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବା ସହ ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବ।

You might also like