ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି
ଭୁବନେଶ୍ୱର: ପରୀ ହତ୍ୟାଘଟଣାରେ ସାରା ରାଜ୍ୟ ତାତିବା ପରେ ଏସମ୍ପର୍କରେ ଗୃହ ଭିତରେ ବିବୃତି ରଖିଥିଲେ ମନ୍ତ୍ରୀ ଅରୁଣ ସାହୁ। ଏବେ ଗୃହ ବାହାରେ ସମାନ କଥା ଦୋହାରଇଛନ୍ତି ମନ୍ତ୍ରୀ। ଅରୁଣ କହିଛନ୍ତି, ଏଭଳି ଏକ ସମ୍ବେଦନଶୀଳ ଘଟଣା ମୋତେ ବ୍ୟଥିତ କରିଛି। ମୁଁ ଗଭୀର ମର୍ମାହତ, ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ। ମୋ ରାଜନୈତିକ ଜୀବନରେ ହିଂସାର ମୁଁ ଘୋର ବିରୋଧୀ। ଯେକୌଣସି ମୃତ୍ୟୁରେ ମୁଁ ମର୍ମାହତ ହୁଏ ବୋଲି ଅରୁଣ କହିଛନ୍ତି।
ଏଥିସହିତ କ୍ରାଇମବ୍ରାଞ୍ଚ ତଦନ୍ତରେ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ତାଙ୍କର ବିଶ୍ୱାସ ରହିଛି ବୋଲି କହିବା ସହିତ ଏଥିରେ ଯିଏ ବି ଜଡ଼ିତ ଥାଆନ୍ତୁ, ସିଏ ଦଣ୍ଡିତ ହେବା ଦରକାର। ଘଟଣାର ରାଜନୀତିକରଣ ନକରିବାକୁ କହିଲେ ମନ୍ତ୍ରୀ ଅରୁଣ ସାହୁ। ରାଜନୀତିକରଣ ନକରି ପରୀ ନ୍ୟାୟ ପାଇବା ପାଇଁ ଦାବି ରଖିବା ଉଚିତ। ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ କହିଲେ ଅରୁଣ।