• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର:  ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ବିକ୍ଷୋଭ ପରେ ବି ଏହି ବ୍ୟବସ୍ଥା ଚାଷୀଙ୍କ ହିତରେ ବୋଲି କହିଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ଏଥିସହିତ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଠିକ୍ ଚାଲିଛି ବୋଲି ଆଜି ବିଧାନସଭାରେ ବିରୋଧୀଙ୍କ ପକ୍ଷରୁ ଆଗତ ଧାନ କିଣାରେ ସରକାର ସଂପୂର୍ଣ୍ଣ ବିଫଳ ଶୀର୍ଷକ ମୁଲତବୀ ନୋଟିସ୍ ଉପରେ ଆଲୋଚନା ବେଳେ ଏହା କହିଛନ୍ତି ମନ୍ତ୍ରୀ।

ମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ପ୍ରଥମ ଥର ପାଇଁ ଟୋକନ୍ ପ୍ରସ୍ତୁତି ପ୍ରକ୍ରିୟା ମାନବ ହସ୍ତକ୍ଷେପରୁ ମୁକ୍ତ କରାଯାଇ କମ୍ପ୍ୟୁଟରୀକୃତ ବ୍ୟବସ୍ଥା ମାଧ୍ୟମରେ କରାଯାଉଛି। ଯେଉଁ ଚାଷୀ ନିର୍ଦ୍ଧାରିତ ତାରିଖରେ ମଣ୍ଡିକୁ ଧାନ ନଆଣି ପାରିବେ, ପରବର୍ତ୍ତୀ ସମୟରେ ମଧ୍ୟ ସେମାନଙ୍କ ଧାନ ବିକ୍ରି ପାଇଁ ସୁଯୋଗ ଦିଆଯିବ।

ତୃଣମୂଳ ସ୍ତରରେ ଟୋକନ୍ ବଣ୍ଟନରେ ଅନିୟମିତତାକୁ ବର୍ତ୍ତମାନର ବ୍ୟବସ୍ଥା ପ୍ରତିହତ କରିବ। ଚାଷୀମାନଙ୍କୁ ଟୋକନ୍ ପାଇଁ ବାରମ୍ବାର ସୋସାଇଟି ନିକଟକୁ ଦୌଡ଼ିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।

ଆଲୋଚନାରେ ଭାଗ ନେଇ ବିରୋଧୀ କହିଥିଲେ, ବର୍ତ୍ତମାନର ଟୋକନ୍ ବ୍ୟବସ୍ଥାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଇ ଡିଷ୍ଟ୍ରି ପ୍ରୋକ୍ରୁମେଣ୍ଟ କମିଟିକୁ ଟୋକନ୍ ବଣ୍ଟନର କ୍ଷମତା ଦିଆଯାଉ। ସରକାର ଯଦି ସବୁ ଠିକ୍ ଠାକ୍ ଚାଲିଛି କହୁଛନ୍ତି ତାହେଲେ ଚାଷୀ କାହିଁକି ଆନ୍ଦୋଳନକୁ ଓହ୍ଲାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ।

Minister-answered-that-token-process-is-good-for-farmer-in-assembly
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories