ବଢ଼ିଲା ଶ୍ରମିକଙ୍କ ମଜୁରୀ

ଭୁବନେଶ୍ୱର: ବଢ଼ିଲା ଶ୍ରମିକଙ୍କ ମଜୁରୀ। ମଜୁରୀରେ ୫ ଟଙ୍କା ୪୦ ପଇସା ବଢ଼ାଇଲା ରାଜ୍ୟ ସରକାର। ରାଜ୍ୟର ସବୁ ଶ୍ରେଣୀ ଶ୍ରମିକଙ୍କ ପାଇଁ ଦୈନିକ ମଜୁରୀ ୫ ଟଙ୍କା ୪୦ ବଢ଼ାଇଛନ୍ତି ରାଜ୍ୟ ସରକାର।

ସେହି ଅନୁସାରେ, ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୦୩ ଟଙ୍କା ୪୦ ପଇସା ହୋଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୪୩ ଟଙ୍କା ୪୦ ପଇସା। ସେହିଭଳି କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୩ ଟଙ୍କା ୪୦ ପଇସା ହୋଇଥିବା ବେଳେ ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ବଢ଼ି ୪୫୩ ଟଙ୍କା ୪୦ ପଇସା ହୋଇଛି। ଏହା ଦ୍ୱାରା ମଜୁରୀଆଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ ବୋଲି ସରକାର କହିଛନ୍ତି।

Image

ସୂଚନାରୁ ପ୍ରକାଶ, ମହାମାରୀ ‘କରୋନା’ ସମୟରେ ପ୍ରବାସୀ ଶ୍ରମିକଙ୍କୁ ଏମ୍‌ଜିଏନ୍‌ଆର୍‌ଏସ୍‌ରେ ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା। ହେଲେ ପ୍ରବାସୀଙ୍କ ପାଇଁ ସନ୍ତୋଷ ଜନକ ନୁହେଁ। ଅନ୍ୟପକ୍ଷରେ ଗାଁରେ ଯେଉଁ କାମ କରୁଛନ୍ତି, ସେଥିରୁ ପେଟ ପୋଷିବା କଷ୍ଟକର ହେଉଛି। ଯେଉଁଥିପାଇଁ ଅନେକ ଶ୍ରମିକ ରାଜ୍ୟ ଛାଡ଼ି ପଳାଇ ଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦେଇ ଆଜି ରାଜ୍ୟ ସରକାର ମଜୁରୀ ବଢ଼ାଇଛନ୍ତି।

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like