କଟକ: ମହାନଦୀ ପୋଲ ଉପରେ ହୁତୁ ହୁତୁ ହୋଇ ଜଳୁଥାଏ ଟ୍ରକ। ବାଟରେ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହେଉଥାନ୍ତି। ହେଲେ ନିଆଁ ଏତେ ଜୋର୍ରେ ଜଳୁଥାଏ ଯେ, ଏହା ପାଖକୁ କେହି ଯିବାକୁ ସାହସ କରିପାରୁ ନ ଥାନ୍ତି। ଘଟଣାଟି କାଲି ରାତିର। କଟକ ଜଗତପୁର ମହାନଦୀ ପୋଲ ଉପରେ ଜଳିଯାଇଛି ଏହି ମିନି ଟ୍ରକ।
କଟକରୁ ଜଗତପୁର ଆଡ଼କୁ ଯାଉଥିବା ଏହି ଟ୍ରକରେ ସିମେଣ୍ଟ ବୋଝେଇ ହୋଇ ରହିଥିଲା। ହେଲେ ହଠାତ୍ କୌଣସି କାରଣ ଯୋଗୁ ଏହା ଜଳିବାକୁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି । ତେବେ ସୌଭାଗ୍ୟକୁ ଏଥିରେ କେହି ମୃତାହତ ହୋଇନାହାନ୍ତି । ଖବର ଲେଖାହେବା ବେଳକୁ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।