ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ମାରାଥନ

ଭୁବନେଶ୍ୱର: ହକି ବିଶ୍ୱକପ୍ ମହାକୁମ୍ଭକୁ ନେଇ ସାରା ଓଡ଼ିଶାରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ରନ୍ ଫର୍ ହକି-ମିନି ମାରାଥନ୍ ଆୟୋଜିତ ହୋଇଛି।

ସମ୍ବଲପୁର ସହରରେ ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର ପାଇଁ ପ୍ରଶାସନ ପକ୍ଷରୁ ମିନି ମାରାଥନ ହୋଇଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ମିନି ମାରାଥନ ଆୟୋଜିତ ହୋଇଛି।  ୧୩ ନମ୍ବର ସେକ୍ଟର ମେଲଣ ପଡିଆରୁ ମାରାଥନ ବାହାରି ରିଂ ରୋଡ ପରିକ୍ରମା ପରେ ଉଦିତନଗର ପରେଡ ପଡିଆରେ ପହଞ୍ଚିଥିଲା।

କଟକରେ ମଧ୍ୟ ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ଇଣ୍ଡୋର ଷ୍ଟାଡିୟମ ଠାରୁ ଆରମ୍ଭ କରି ୫ କିଲୋମିଟର ପର୍ଯ୍ୟନ୍ତ ବିଜୁ ଯୁବ ବାହିନୀ ପକ୍ଷରୁ ଏହି ଗଣଦୌଡ଼ ଆୟୋଜିତ ହୋଇଥିଲା। କଟକ ମେୟର ମିନାକ୍ଷୀ ବେହେରା ଗଣଦୌଡ଼ର ଶୁଭାରମ୍ଭ କରିଥିଲେ।

ସେହିପରି ରାୟଗଡାରେ ଅନୁଷ୍ଠିତ ମାରାଥନ୍‌କୁ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

You might also like