ବିଜୁଙ୍କ ସ୍ମୃତିରେ ରାଜଧାନୀରେ ମିନି ମାରାଥନ

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ୱର :  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ମିନି ମାରାଥନ ଆୟୋଜନ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ସକାଳ ୭ଟାରେ ବିମାନବନ୍ଦର ପାଖ ବିଜୁ ପଟ୍ଟନାୟକ ଛକରୁ ମାରାଥନ ଆରମ୍ଭ ହୋଇ ଶିଶୁ ଭବନ, ରାଜମହଲ, ଏଜି ସ୍କୋୟାର, ରାଜଭବନ, ପାଓ୍ୱାର ହାଉସ ଛକ ହୋଇ କଳିଙ୍ଗ ଷ୍ଟାଡିଅମ ଯାଏ ଚାଲିଥିଲା ମିନି ମାରାଥନ।

ସୂଚନା ଅନୁସାରେ, ଏଥିରେ ତିନି ବର୍ଗର ପ୍ରତିଯୋଗୀ ସାମିଲ ହୋଇଥିଲେ। ୧୫ରୁ ୧୮ ବର୍ଷ, ୧୮ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଏବଂ ୫୦ରୁ ଉର୍ଦ୍ଧ୍ୱର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ତିନି ବର୍ଗରୁ ପ୍ରଥମ ସ୍ଥାନ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି।

You might also like