ସହଯୋଗ କରୁନାହାନ୍ତି ବିଦେଶ ଫେରନ୍ତା, ଚେତାବନୀ ଦେଲେ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ବିଦେଶ ଫେରନ୍ତାଙ୍କ ପାଇଁ କଠୋର ହେଲା ସ୍ୱାସ୍ଥ୍ୟ ବିଭାଗ। ଏଣିକି ବିଦେଶ ଫେରନ୍ତା ଫୋନ୍ ସ୍ୱିଚ୍ ଅଫ୍ ରଖିଲେ କିମ୍ବା କଲ ନଉଠାଇଲେ ଏହାକୁ ହୋମ୍ କ୍ୱାରେଣ୍ଟିନ ନିୟର ଉଲ୍ଲଂଘନ ବୋଲି ଧରାଯିବ।

ଏହାସହ ସେମାନଙ୍କୁ ଆଇନ ମୁତାବକ ଦଣ୍ଡ ବିଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇଛି। ବିଦେଶରୁ ଫେରୁଥିବା ସମସ୍ତ ବ୍ୟକ୍ତି ସହଯୋଗ କରିବା ସହ ୧୦୪ କିମ୍ବା ରାଜ୍ୟ କଲ ସେଣ୍ଟରରେ ନମ୍ବର ପଞ୍ଜୀକରଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିବେଦନ କରିଛିି।

କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନରେ ବିଦେଶରେ ଅନେକ ପ୍ରବାସୀ ଓଡ଼ିଶା ଫେରୁଛନ୍ତି। ଓଡ଼ିଶା ଫେରିବା ବେଳେ ସେମାନେ ରେଜିଷ୍ଟ୍ରେସନ କରିବା ସହ ଫୋନ୍ ନମ୍ବର ଆଦି ଦେବାକୁ ରାଜ୍ୟ ସରକାର କହିଥିଲେ। କିନ୍ତୁ ଆସିବା ଅନେକ ୧୦୪କୁ ସହଯୋଗ କରୁନଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ସରକାର।

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

You might also like