ସୁରତରୁ ଗଡ଼ିଲା ବସ୍‌, ଫେରିଲେ ଓଡ଼ିଆ

ସୁରତ:  ଗୁଜୁରାଟ ସୁରତରୁ ଗଂଜାମ ବାହାରିଲା ୪ ବସ୍। ଗୁଜରାଟ ସୁରତରୁ ୪ଟି ବସ୍ ଓଡ଼ିଶା ବାହାରିଛି। ସୁରତରେ ଫସିଥିବା ଓଡ଼ିଆ ଲୋକଙ୍କୁ ଧରି ବାହାରିଲା ବସ୍। ପ୍ରତି ବସ୍‌ରେ ୫୦ରୁ ଅଧିକ ଯାତ୍ରୀଙ୍କୁ ଧରି ଗାଡ଼ି ଛାଡ଼ିଲା।

ଯାତ୍ରୀ ଓ ବସ୍‌କୁ ଯିବାକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇଛନ୍ତି। ଯାତ୍ରୀମାନେ ନିଜ ଖର୍ଚ୍ଚରେ ବସ୍ ରିଜର୍ଭ କରି ଆସୁଥିବା ଜଣାପଡିଛି। ସମସ୍ତ ଯାତ୍ରୀ ଗଂଜାମ ଜିଲ୍ଲାକୁ ଆସୁଛନ୍ତି। ତେବେ ଦୀର୍ଘ ଦିନ ପରେ ନିଜ ମାଟିକୁ ଫେରିବା ଯୋଗୁଁ ଏବେ ସେମାନଙ୍କ ମନ ଖୁସି କହିଲେ ନସରେ।

ତେବେ ଏମାନେ ପହଞ୍ଚିବା ପରେ ସମସ୍ତେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବେ ବୋଲି ଜିଲ୍ଲାପାଳ ଅମୃତା ଜୁଲାଙ୍ଗେ କହିଛନ୍ତି। ସେମାନଙ୍କର ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯିବ। ସେମାନଙ୍କ ମଧ୍ୟରୁ କାହାର ଚେଷ୍ଟ ପ୍ରଥମେ ହେବ, ସେକଥା ମେଡିକାଲ ଟିମ୍‌ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ପ୍ରକାଶଥାଉକି, ସୁରତରେ ବର୍ତ୍ତମାନ ସୁଦ୍ଧା ୫୩୫ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯୭ଜଣ ବିିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ୧୯ଜଣ ଆରୋଗ୍ୟ ହୋଇଛନ୍ତି। ସୁରତରେ ଏଯାବତ୍ ୧୦ ହଜାର ୪୨୨ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ଗୁଜରାଟରେ ବର୍ତ୍ତମାନ ସୁଦ୍ଧା ୩ହଜାର ୩ଶହ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୧ଜଣଙ୍କ ମୃତ୍ୟୁ ହୋଇଛି …

You might also like