ମନ୍ଦିରରେ ଖାଇବେ ପ୍ରବାସୀ ଶ୍ରମିକ!

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁଁ ସବୁ କିଛି ଠପ୍ ହୋଇଯାଇଥିବାରୁ ପ୍ରବାସୀ ଶ୍ରମିକମାନେ ଏବେ ଘରକୁ ମୁହାଁଇଛନ୍ତି। ଏମାନେ ଏମିତି ଅସହାୟ ହୋଇପଡିଛନ୍ତି ଯେ, ଖାଇବା ତ ଦୂରର କଥା, କେବେ ପହଞ୍ଚିବେ ସେକଥା ଜାଣିନାହାନ୍ତି। ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ଉତ୍କଟ ଧାରଣ କରୁଥିବାରୁ ଏନେଇ ଚିନ୍ତା ପ୍ରକଟ କରିଛନ୍ତି ଦେବୋତ୍ତର କମିଶନର।

ରାସ୍ତାରେ ଯାଉଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ଦେବୋତ୍ତର କମିଶନରଙ୍କ ଚିନ୍ତା। ରାସ୍ତାରେ ଅସହାୟ ଅବସ୍ଥାରେ ଯାଉଥିବା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ କମିଶନଙ୍କ ଅଧୀନରେ ଥିବା ପ୍ରାୟ ୯୦ଟି ମନ୍ଦିର ଟ୍ରଷ୍ଟକୁ ନିର୍ଦ୍ଦେଶ ଦିଆଯାଇଛି।

ଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ମନ୍ଦିର ଟ୍ରଷ୍ଟି ଓ ଜିଲ୍ଲାପାଳଙ୍କୁ ଦେବୋତ୍ତର କମଶସନର ନିର୍ଦ୍ଦେଶ ଦେଇଛନ୍ତି।

କରୋନାର ମୁକାବିଲା ପାଇଁ ପୂର୍ବରୁ ଦେବୋତ୍ତର କମିସନଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରାୟ ୬୬ଟି ମନ୍ଦିର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଜିଲା ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟ କରାଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

You might also like