କ୍ୱାରେଣ୍ଟିନ୍‌ ସେଣ୍ଟର୍‌ରେ ପ୍ରବାସୀଙ୍କ ଚମତ୍କାର: ସ୍କୁଲ କାନ୍ଥରେ ଆଙ୍କିଛନ୍ତି ସୁନ୍ଦର ଚିତ୍ର

ଗଞ୍ଜାମ: କ୍ୱାରେଣ୍ଟିନ୍ ସେଣ୍ଟରରେ ଅନ୍ତେବାସୀଙ୍କ ଭିନ୍ନ ପ୍ରୟାସ। ଯୋଗ ବ୍ୟାୟମ ପରେ ଏବେ ଚିତ୍ର ଆଙ୍କୁଛନ୍ତି ଅନ୍ତେବାସୀ। ଏଭଳି କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଗଞ୍ଜାମ ବେଲଗୁଣ୍ଠା ଧୁମୁଛାଇ ପଞ୍ଚାୟତର କ୍ୱାରେଣ୍ଟିନ୍ ସେଣ୍ଟରରେ।

୬୦ରୁ ଅଧିକ ଅନ୍ତେବାସୀ ଏବେ କ୍ୱାରେଣ୍ଟିନ୍ ସେଣ୍ଟରର ଚିତ୍ର ହିଁ ବଦଳାଇ ଦେଇଛନ୍ତି। ମହାତ୍ମା ଗାନ୍ଧି, ଭଗତ ସିଂହ, ଭାରତ ମାତା ଭଳି ଅନେକ ସୁନ୍ଦର ଚିତ୍ର ସ୍କୁଲ କାନ୍ଥରେ ଆଙ୍କିଛନ୍ତି କ୍ୱାରେଣ୍ଟିନ୍‌ରେ ଥିବା ପ୍ରବାସୀ।

କଳାକାରର ତୁଳିରେ ସ୍କୁଲର କାନ୍ଥ ଏବେ ବେଶ ସୁନ୍ଦର ଦେଖାଯାଉଛି। ସକାଳ ସାରା ଏହି ଚିତ୍ର ଅଙ୍କା କାର୍ଯ୍ୟରେ ଏମାନେ ଲାଗିଥିବା ବେଳେ ସଂଧ୍ୟାରେ ବ୍ୟାୟମ ସହ ଅନ୍ୟାନ୍ୟ କାର୍ଯ୍ୟ କରୁଛନ୍ତି ଅନ୍ତେବାସୀ।

ଗଞ୍ଜାମ ଜିଲ୍ଲାର କ୍ୱାରେଣ୍ଟିନ୍ ସେଣ୍ଟରରେ ଅନ୍ତେବାସୀଙ୍କ ବିଭିନ୍ନ ବିଶୃଙ୍ଖଳା ଘଟଣା ସାମ୍ନାକୁ ଆସିଥିଲା। ହେଲେ ଏବେ ଏହି ଚିତ୍ର ଅନ୍ୟ ଅନ୍ତେବାସୀଙ୍କ ପାଇଁ ଭିନ୍ନ ସନ୍ଦେଶ ଦେଇଛି।

You might also like