ବିଭିନ୍ନ ସ୍ଥାନରୁ ଫେରିଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ କେରଳରେ ଫସିରହିଥିବା ପ୍ରବାସୀ ଓଡ଼ିଆ।  କେରଳର ଏର୍ଣ୍ଣାକୁଲମ ଷ୍ଟେସନରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନ୍ ପ୍ରଥମେ ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ଦକ୍ଷିଣ ଓଡ଼ିଶାର ୫ଶହ ଯାତ୍ରୀଙ୍କୁ ଓହ୍ଲାଇଛି।

ଜଗନ୍ନାଥପୁର ଷ୍ଚେସନରେ ଓହ୍ଲାଇଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୩୧, କନ୍ଧମାଳର ୩୫୩, ବୌଦ୍ଧର ୬, ରାୟଗଡ଼ାର ୧୭ କୋରାପୁଟର ଜଣେ ଏବଂ ନଗରଙ୍ଗପୁରର ୩ଜଣ ଯାତ୍ରୀ ରହିଛନ୍ତି।

ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଲା ପରେ ସମସ୍ତ ଯାତ୍ରୀଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସମସ୍ତେ କ୍ୱାରେଣ୍ଟିନ୍‌ରେ ରହିବେ।

ସେହିଭଳି ରାଜସ୍ଥାନ କୋଟାରୁ ଆସୁଥିବା ବଲାଙ୍ଗିର ଜିଲ୍ଲାର ୫୦ ଛାତ୍ରଛାତ୍ରୀ ଗତକାଲି ରାତି ୨ ଟାରେ ବଲାଙ୍ଗିରରେ ପହଞ୍ଚିଛନ୍ତି। ପିଲାମାନେ ସହରରେ ପହଂଚିବା ପରେ ପୋଲିସ ସେମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରକୁ ନେଇଥିଲା।

ଲାଲଟିକ୍‌ରା ନେତ୍ର ନିକେତନଠାରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ଝିଅମାନଙ୍କୁ ଏବଂ ସୁଦପଡ଼ା କଲ୍ୟାଣ ମଣ୍ଡପ କ୍ୱାରେଣ୍ଟିନ୍ ସେଣ୍ଟରରେ ପୁଅମାନଙ୍କୁ ରଖାଯାଇଛି। ୨ କ୍ୱାରେଣ୍ଟିନ ସେଣ୍ଟର ଦାୟିତ୍ୱରେ ଅଛନ୍ତି ବଲାଙ୍ଗିର ତହସିଲଦାର ଏବଂ ପୁଇଁନ୍ତଳା ତହସିଲଦାର। ଆଜି ସ୍ୱତନ୍ତ୍ର ମେଡିକାଲ ଟିମ୍ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ।

ଲକ୍‌ଡାଉନ୍‌ ଯୋଗୁ ସୁରତରେ ଫସିରହିଥିବା ପ୍ରବାଶୀ ଓଡ଼ିଆ ମଧ୍ୟ ବସ୍‌ରେ ଆସି ଗଂଜାମରେ ପହଞ୍ଚିଛନ୍ତି। ୪୯ ଜଣ ପ୍ରବାସୀ ଓଡ଼ିଆ ଗତ ୩୦ ତାରିଖରେ ସୁରତରୁ ଗୋଟିଏ ବସ୍ ରେ ୪୯ ଜଣ ଯାତ୍ରୀ ଗଂଜାମ ଅଭିମୁଖେ ବାହାରିଥିଲେ। ଜିଲ୍ଲାର ବେଲଗୁଣ୍ଠା , ସୋରଡ଼ା ଓ ବୁଗୁଡା ଅଞ୍ଚଳକୁ ଆସି ଗତକାଲି ରାତି ୧୦ ଟାରେ ପହଞ୍ଚି ଥିଲେ। ୪୯ ଜଣଙ୍କ ମଧ୍ୟରେ  ୭ ମହିଳା ଓ  ୬ ଶିଶୁ  ଅଛନ୍ତି ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ସମସ୍ତ ଯାତ୍ରୀମାନଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମେଡିକାଲ ଟିମ୍ ଦ୍ୱାରା ଥର୍ମାଲ ସ୍କ୍ରିନିଂ କରାଯାଇଥିଲା।  ସମସ୍ତ ଯାତ୍ରୀମାନଙ୍କୁ ବୁଗୁଡ଼ା ବିରଞ୍ଚିନାରାୟଣ ମନ୍ଦିର ପାଖରେ ଥିବା ଅସ୍ଥାୟୀ କ୍ୱାରେଣ୍ଟିନ୍ ହୋମ୍‌ରେ ରହିବା ବ୍ୟବସ୍ଥା କରାଯାଇଛି।

ତେବେ ଗତକାଲି ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ପଟେଲ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍‌ଟି ଘାଟିରେ ପିଟି ହେଇଯିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପ୍ରାୟ ୬୦ ଯାତ୍ରୀ ସୁରତରୁ ଗଞ୍ଜାମ ଫେରୁଥିଲେ।

 

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like