ଦୁବାଇରୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ

ନୂଆଦିଲ୍ଲୀ: ଦୁବାଇରୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ। ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ପ୍ରବାସୀ ଭାରତୀୟଙ୍କୁ ନେଇ ଦୁବାଇରୁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଭାରତ ଆସୁଛି।

କିଛି ସମୟ ପୂର୍ବରୁ ଦୁବାଇ ବିମାନ ବନ୍ଦର ବିମାନ ଛାଡ଼ିଥିବା ନେଇ ସୂଚନା ମିଳିଛି। ଆଜି ରାତିରେ ଏହା ଭୁବନେଶ୍ୱର ପହଞ୍ଚିବା ସୂଚନା ରହିଛି। ଦୁବାଇରୁ ପ୍ରାୟ ଦେଢ଼ ଶହ ଯାତ୍ରୀଙ୍କୁ ନେଇ ଫେରୁଛି ଏହି ଫ୍ଲାଇଟ୍‌। ବନ୍ଦେ ଭାରତ ମିଶନରେ ଭାରତ ସରକାର ବିଭିନ୍ନ କରୋନା ସଂକ୍ରମିତ ଦେଶରୁ ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ ଫେରାଇ ଆଣୁଛନ୍ତି।

You might also like