ବଡ଼ ଖବର: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍‌ ଘାଟିରେ ଓଲଟି ପଡ଼ିଲା

ଫୁଲବାଣୀ: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍‌ ଘାଟିରେ ଓଲଟି ପଡ଼ିଥିବା ଖବର ମିଳିଛି। ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍‌ଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ବସ୍‌ଟି ଗଞ୍ଜାମ ଯାଉଥିବା ସୂଚନା।

ମିଳିଥିବା ସୂଚନାନୁସାରେ ବସ୍‌ରେ ପାଖାପାଖି ୫୦ ଯାତ୍ରୀ ଥିବା କୁହାଯାଉଛି। ସର୍ବାଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଥିବା ଖବର ମିଳିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ପୁଲିସ୍‌ ଟିମ୍‌  ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଏପର୍ଯ୍ୟନ୍ତ ସୁଦ୍ଧା ପ୍ରାୟ ୪୦ ଯାତ୍ରୀ ଉଦ୍ଧାର କରାଯାଇଥିବା ସୂଚନା ମିଳୁଛି। ସେହିଭଳି ଜଣେ ଚାପି ହୋଇ ରହିଥିବା ମଧ୍ୟ ସୂଚନା ମିଳୁଛି। ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ଡ୍ରାଇଭର୍ ଜଣଙ୍କ ଉକ୍ତ ରାସ୍ତାରେ ଗାଡ଼ି ଚଳାଇବାରେ ଅନଭିଜ୍ଞ ଓ ମାରାତ୍ମକ କଳିଙ୍ଗା ଘାଟି ବିଷୟରେ ଜାଣିନଥିବା ଶୁଣିବାକୁ ମିଳୁଛି। ଘାଟିରେ ଥିବା ପିଲର୍‌ରେ ବସ୍‌ଟି ବାଡ଼େଇ ହୋଇଯାଇଥିଲା। ଫଳରେ ଡ୍ରାଇଭର୍ ଗାଡ଼ିରୁ ନିୟନ୍ତ୍ରଣ ହରାଇଥିଲେ। ଶେଷରେ ବସ୍‌ଟି ଘାଟି ତଳକୁ ଖସିପଡ଼ିଥିଲା।

ତେବେ କଳିଙ୍ଗା ଘାଟିରେ ଏହି ଘଟଣା ନୂଆ ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ଏହି ଘାଟିରେ ଗାଡ଼ି ଓଲଟିବାର ଖବର ରହିଛି। ୨୦ ଫେବ୍ରୁଆରି ୨୦୧୯ରେ ଏକ ବରଯାତ୍ରୀ ବସ୍‌ ଓଲଟି ପଡ଼ିଥିଲା। ଏଥିରେ ମଧ୍ୟ କିଛି ଲୋକ ଆହତ ହୋଇଥିଲା ବେଳେ ୨ ଜଣଙ୍କର ଜୀବନ ଯାଇଥିଲା।

 

 

ଆହୁରି ପଢ଼ନ୍ତୁ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

You might also like