ଦାଦନ ଖଟିବାକୁ ଯାଇ ଆନ୍ଧ୍ରରେ ଫସିଛନ୍ତି ଓଡ଼ିଆ ଶ୍ରମିକ

ଗଞ୍ଜାମ: ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇ ଭୋକ ଉପାସରେ ଥିବା ଗଞ୍ଜାମର ୨୦ ଜଣ ଶ୍ରମିକ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।

ଆନ୍ଧ୍ରରେ କେବୁଲ ଲାଇନ୍‌ ଖୋଳିବାକୁ ପୁନେର ବାଲାଜୀ ନାମକ ଠିକାଦାର ଯୋଗାଯୋଗ କରି ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳର ୨୦ ଜଣ ଶ୍ରମିକଙ୍କୁ ହାଇଦ୍ରାବାଦ ନେଇଥିଲା। ଦିନକୁ ୫୫୦ଟଙ୍କା ଦେବାକୁ ଠିକାଦାର କହିଥିଲା।

ତେବେ ଘଟଣାକୁ ୨ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ପାରିଶ୍ରମିକ ଦେଇନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ୨ଦିନ ହେଲା ସେମାନଙ୍କୁ ଖାଇବାକୁ ଦିଆଯାଇନଥିବା ମଧ୍ୟ ମୋବାଇଲ ଭିଡିଓ ମାଧ୍ୟମରେ ଜଣାଇଛନ୍ତି।

ସେମାନଙ୍କୁ ସହାୟତା କରିବାକୁ ଏହି ଭିଡିଓ ଜରିଆରେ ଶ୍ରମିକମାନେ ନିବେଦନ କରିଛନ୍ତି।

You might also like