ପୋଲିସ ଗାଡ଼ିରେ ଶିଶୁକୁ ଜନ୍ମ ଦେଲେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକ
ଭୁବନେଶ୍ୱର: ପୋଲିସ ଗାଡ଼ିରେ ଶିଶୁକୁ ଜନ୍ମ ଦେଲେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକ। ମହିଳା ଜଣକ ଶ୍ରମିକ ଏକ୍ସପ୍ରେସ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଥିଲେ। ତେବେ ମହିଳା ଜଣଙ୍କର ଟ୍ରେନ୍ରେ ପ୍ରସବ ବେଦନା ହେବାରୁ ଟ୍ରେନ୍କୁ ଅଟକାଇ ମହିଳାଙ୍କୁ ମେଡିକାଲ ନେବାକୁ ପହଞ୍ଚିଥିଲା ପୋଲିସ ଗାଡ଼ିଷ ତେବେ ପୋଲିସ ଗାଡ଼ିରେ ମହିଳା ଜଣକ ଶିଶୁକୁ ଜନ୍ମ ଦେଇଥିଲେ।
ମହିଳା ଆଇଆଇସି ସାବିତ୍ରୀ ବଳଙ୍କ ତତ୍ତ୍ୱାବଧାନରେ ପ୍ରବାସୀ ଓଡ଼ିଆ ଶ୍ରମିକ ଜଣକ ଶିଶୁକୁ ଜନ୍ମ ଦେଇଥିଲେ। ଏହାପରେ ଶିଶୁକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମା ଓ ଶିଶୁ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି। ପୋଲିସ ଭ୍ୟାନ୍ରେ ଶିଶୁ ଜନ୍ମ ନେଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।
..