ଅଧା ରାସ୍ତାରେ ଚାଲିଗଲା ଘରବାହୁଡ଼ା ଶ୍ରମିକଙ୍କ ଜୀବନ

ସୁବର୍ଣ୍ଣପୁର: ଅଧା ରାସ୍ତାରେ ଚାଲିଗଲା ଘରବାହୁଡ଼ା ଶ୍ରମିକଙ୍କ ଜୀବନ। ଲକଡାଉନ୍ ପାଇଁ ମୁମ୍ବାଇରେ ଫସି ରହିଥିବା କୋଲକାତାର ଜଣେ ଯୁବକଙ୍କର ଆଜି ସୁବର୍ଣ୍ଣପୁରରେ ମୃତ୍ୟୁ ହୋଇଛି। ମୃତ ଯୁବକ ଶେଖ୍ ଜାମେରୁଲ ଇସଲାମ। ସେ ମୁମ୍ବାଇର ଏକ କମ୍ପାନୀରେ କାମ କରୁଥିଲେ।

କୋଲକାତାର ୧୪ ଜଣ ଯୁବକ ଗତ ୨୩ ତାରିଖରୁ ମୁମ୍ବାଇରୁ କୋଲକାତା ଅଭିମୁଖେ ବାହାରିଥିଲେ। ବିଭିନ୍ନ ଗାଡ଼ିକୁ ଲିଫ୍ଟ ମାଗି ରାୟପୁରରେ ପହଞ୍ଚିବା ପରେ ସେଠାରୁ ସୋନପୁର ଆସିଥିଲେ। ତେବେ ସୋନପୁରରୁ ଚାଲି ଚାଲି ଯାଉଥିବା ବେଳେ ଜାମେରୁଲ ଅଚେତ ହୋଇ ପଡ଼ିଥିଲେ। ସୋନପୁର ପୋଲିସ ତାଙ୍କୁ ସ୍ଥାନୀୟ ହାତୀଶାଳପଡ଼ା କ୍ୱାରେଣ୍ଟିନ୍ ସେଣ୍ଟରକୁ ଆଣି ସ୍ୱାସ୍ଥ୍ୟ ପରୀକ୍ଷା କରିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କ ମୃତ୍ୟୁର କାରଣ ଏଯାଏଁ ଜଣାପଡ଼ିନଥିବା ବେଳେ ପରୀକ୍ଷା ପାଇଁ ତାଙ୍କ ସ୍ୱାବ୍ ସଂଗ୍ରହ କରାଯାଇଛି। ସେପଟେ ପୋଲିସ ତାଙ୍କ ମୃତଦହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

You might also like