ଭୟରେ ଘରକୁ ଗଲେନି, ଝୁମ୍ପୁଡ଼ି ଘରେ ବିତୁଛି ଜୀବନ

ଭୁବନେଶ୍ୱର: ପ୍ରବାସ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ ସେଣ୍ଟର ନିର୍ମାଣ କରି ବାହାଦୂରୀ ମାରୁଛନ୍ତି ରାଜ୍ୟ ସରକାର। ହେଲେ ଗ୍ରାମାଞ୍ଚଳର ସେହି କ୍ୱାରେଣ୍ଟିନ ବ୍ୟବସ୍ଥା ଯେ କେତେ ହୁଗୁଳା, ସେକଥା କିନ୍ତୁ ରହିଯାଉଛି ଆଢ଼ୁଆଳରେ। ଆଜି ଆମେ କ୍ୱାରେଣ୍ଟିନ୍ ଅବ୍ୟବସ୍ଥାର ସାଂଘାତିକ ଅଭିଯୋଗର ଚିତ୍ର ଦେଖାଉଛୁ। କ୍ୱାରେଣ୍ଟିନ ସେଣ୍ଟର ତଥା ଟିଏମସି ଗୁଡ଼ିକରେ ନିର୍ଦ୍ଦିଷ୍ଟ ସମୟ ଭିତରେ ସ୍ୱାବ୍ ସଂଗ୍ରହ କରାଯାଉନାହିଁ। ଫଳରେ କ୍ୱାରେଣ୍ଟିନ ଅବଧି ସାରି ଘରକୁ ଫେରିବା ପରେ ବି କିଏ ପଜିଟିଭ୍ ହେଉଛନ୍ତି ତ ଆଉ କାହାର ସ୍ୱାବ୍ ନମୂନା ତ ଦୂରର କଥା, ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷାଟିଏ ବି କରାଯାଉନି। ଫଳରେ ଆହୁରି ସଂକ୍ରମଣର ଭୟ ବଢ଼ିବା ସହ କ୍ୱାରେଣ୍ଟିନ୍ ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠିଛି।

ନୂଆପଡ଼ା ଜିଲ୍ଲା ସାହାଜଟ ଟିଏମସିରେ ରହୁଥିଲେ ଏହି ମୁମ୍ବାଇ ଫେରନ୍ତା ପ୍ରବାସୀ। ସରକାରଙ୍କ ନିର୍ଦ୍ଦେଶ ମୂତାବକ କ୍ୱାରେଣ୍ଟିନ ଅବଧି ବି କାଟିଲେ। ହେଲେ ଆଜିକୁ ୬ ଦିନ ବିତିଗଲାଣି, ନା ପରୀକ୍ଷା ପାଇଁ ତାଙ୍କର ସ୍ୱାବ ସଂଗ୍ରହ କରାଗଲା ନା ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷାଟିଏ ହେଲା। ଫଳରେ କାଳେ ତାଙ୍କ ଦେହରେ ଭୂତାଣୁ ଥିବ, ସେହି ଭୟରେ ଘରକୁ ନଯାଇ ଏହି ଡ଼ାଳ ଛାଉଣୀ ଭିତରେ କାଳ କାଟୁଛନ୍ତି ଖଡ଼ିକାରପଡ଼ାର ରାଧାକାନ୍ତ। ପରିବାର ଲୋକେ ବି ଏଭଳି ଦୂରତା ରକ୍ଷା କରି ତାଙ୍କୁ ଖାଇବା ପିଇବା ଦେଉଛନ୍ତି। ଡାଳ ଛାଉଣୀ କରି କାଳ କାଟୁଥିବା ଏହି ପ୍ରବାସୀଙ୍କ ଦୁର୍ଦ୍ଦଶା ତ ପ୍ରଶାସନର ମୁଖା ଖୋଲିଦେଇଛି।

କ୍ୱାରେଣ୍ଟିନ୍ ବ୍ୟବସ୍ଥାରେ ଘଳିଆ। ନା ସ୍ୱାବ ସଂଗ୍ରହ କରାଯାଉଛି ନା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ପରିଣାମ ସ୍ୱରୂପ କ୍ୱାରେଣ୍ଟିନ୍ ଅବଧି ସାରି ଘରକୁ ଫେରିବା ପରେ ବି ନମୂନା ଆସୁଛି ପଜିଟିଭ୍। ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ ବାହାରଣା ପଞ୍ଚାୟତ ଟିଏମସି କେନ୍ଦ୍ରରେ ମହାରାଷ୍ଟ୍ରରୁ ଫେରି ୭ ଦିନିଆ କ୍ୱାରେଣ୍ଟିନ ଅବଧି କଟାଇ ୨୭ରେ ଘରକୁ ଫେରିଥିଲେ ଜଣେ ପ୍ରବାସୀ। ଆଉ ଘରକୁ ଫେରିବା ପରେ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ୍।

କେବଳ ଏହି ଜଣେ ନୁହଁନ୍ତି, ଗତ ସପ୍ତାହରେ ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ଏବଂ ଇବ୍ରିସିଂ ପଞ୍ଚାୟତର ଟିଏମସିରୁ ଘରକୁ ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ୬ ଜଣଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ବର୍ତ୍ତମାନ ସଂପୃକ୍ତ ସଂକ୍ରମିତ ମାନେ ଗାଁକୁ ଆସି ମିଳାମିଶା କରିଥିବାରୁ ଲୋକେ ଆଶଙ୍କାରେ ଥିବାବେଳେ ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।

ଖୋର୍ଦ୍ଧା ଜିଲ୍ଲା କୁଲେଇ ଅଞ୍ଚଳରେ ବି ସମାନ ଅଭିଯୋଗ। କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରିଥିବା ଜଣେ ପ୍ରବାସୀ ଚିହ୍ନଟ ହୋଇଛନ୍ତି କୋଭିଡ୍ ପଜିଟିଭ୍। ଆଉ ତାଙ୍କୁ ନେଇ ଥରହର ସ୍ଥାନୀୟ ବାସିନ୍ଦା। ସଂପୃକ୍ତ ବ୍ୟକ୍ତି ଜଣକ ସଂଗରୋଧ କେନ୍ଦ୍ରରୁ ଯିବା ପରେ ଗାଁରେ ବୁଲାବୁଲି କରିବା ସହ ଗାଁ ପୋଖରୀରେ ଗାଧୋଇଥିବାରୁ ଲୋକଙ୍କୁ ପୋଖରୀ ତୁଠକୁ ଯିବାକୁ ବାରଣ କରାଯାଇଛି। ଏପରିକି ପଞ୍ଚାୟତ ପକ୍ଷରୁ ମଧ୍ୟ ପୋଖରୀକୁ ନିଷେଧ କରି ସାନିଟାଇଜ୍ କରାଯାଇଛି।

ଗ୍ରାମାଞ୍ଚଳ ଟିଏମସି ଗୁଡ଼ିକରେ ଏଭଳି ଅବ୍ୟବସ୍ଥା କାହିଁକି ? ବିନା ସ୍ୱାବ୍ ସଂଗ୍ରହ କରି ଟିଏମସିରୁ ପ୍ରବାସୀଙ୍କୁ ଛଡ଼ାଯିବା ପଛର କାରଣ କଣ? ଏଭଳି ଅବ୍ୟବସ୍ଥା ଯଦି ହୁଏ, ତେବେ ଗ୍ରାମାଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ବଢ଼ିବନି କି ?

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like