• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ସୁରତରେ କରୋନା ସ୍ଥିତି ଅଣାୟତ୍ତ ପରେ ଘର ମୁହାଁ ପ୍ରବାସୀ ଓଡ଼ିଆ। ସୁରତରେ ଗଲା କିଛି ଦିନ ଧରି ସଂକ୍ରମଣର ସଂଖ୍ୟା ବୃଦ୍ଧି ଏବଂ କଳ କାରଖାନା ବନ୍ଦ ପରେ ଗଞ୍ଜାମ ଜିଲ୍ଲାକୁ ଫେରିବାରେ ଲାଗିଛନ୍ତି ଶହ ଶହ ସଂଖ୍ୟାରେ ଶ୍ରମିକ। ସେଠି ହାତରେ କାମ ନଥିବା ଏବଂ ସଂକ୍ରମଣ ଭୟରେ ଏବେ ବହୁ ସଂଖ୍ୟାରେ ଲୋକେ ଟ୍ରେନରେ ଓଡ଼ିଶା ଚାଲିଆସୁଥିବାରୁ ବିଶେଷକରି ଗଞ୍ଜାମ ଜିଲ୍ଲାରେ ବଢ଼ି ଚାଲିଛି ପ୍ରବାସୀଙ୍କ ଉପସ୍ଥିତି। ଗତବର୍ଷ ଏହି କାରଣରୁ ଗଞ୍ଜାମ ରାଜ୍ୟର ହଟସ୍ପଟ୍ ବନିଥିବା ବେଳେ ଏଥର ବି ସେଇଭଳି ଆଶଙ୍କାକୁ ପୁଣି ବଢାଇ ଦେଇଛି। ସେପଟେ ଏଥର ସ୍ଥିତି ଗତଥର ଭଳି ନାହିଁ ଓ ଲୋକଙ୍କ ଫେରିବାକୁ ସ୍ୱାଭାବିକ ବୋଲି କହିଛନ୍ତି ଜିଲ୍ଲାପାଳ।

ଗଞ୍ଜାମ ଅଭିମୁଖେ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ। ଜଣେ କି ଦୁଇ ଜଣ ନୁହେଁ, ସଂଖ୍ୟା ଶହ ଶହ ରହିଛି। କରୋନାର ଦ୍ୱିତୀୟ ଲହରରେ ସୁରତ ସହରରେ ସ୍ଥିତି ଅଣାୟତ୍ତ ହେବା ଏବଂ କଳ କାରଖାନା ବନ୍ଦ୍ ପରେ ଏବେ ଘର ମୁହାଁ ସୁରତରେ ରହୁଥିବା ଅଧିକାଂଶ ଓଡ଼ିଆ। ବରମୁଣ୍ଡା ବସଷ୍ଟାଣ୍ଡର ଆଜିର ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବ। ରାଜ୍ୟରେ ଆଜିଠୁ ୧୪ ଦିନିଆ ଲକଡାଉନ୍ ସତ୍ତ୍ୱେ ୨ ଦିନ ତଳେ ସୁରତ ଛାଡ଼ିଥିବା ପ୍ରବାସୀ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ସେଠୁ ଧାଇଁଥିଲେ ବରମୁଣ୍ଡା ବସଷ୍ଟାଣ୍ଡ୍।

ତେବେ ଏଠାରୁ ଘରକୁ ଫେରିବାକୁ କୌଣସି ବ୍ୟବସ୍ଥା ନଥିବାରୁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଲୋକେ। ପ୍ରବାସୀମାନେ ଏବେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଉଥିବାରୁ ଗତଥର ଭଳି ଗଞ୍ଜାମରେ ପୁଣି ବଢ଼ିଛି ସଂକ୍ରମଣ ବ୍ୟାପିବାର ଭୟ। ତେବେ ସୁରତରୁ ଜିଲ୍ଲାକୁ ଏବେ ସୁଦ୍ଧା ୧୭ ହଜାରରୁ ଅଧିକ ଲୋକ ଫେରିଥିବା ଏବଂ ସେମାନଙ୍କ ହୋମ୍ କ୍ୱାରେଣ୍ଟିନ୍ ପାଇଁ ବ୍ୟବସ୍ଥା କରାଯାଉଛି। ସେହିଭଳି ଏଥର ଲୋକେ ସ୍ୱାଭାବିକ ପ୍ରକ୍ରିୟାରେ ଫେରୁଛନ୍ତି ଏବଂ ସ୍ଥିତି ଗତଥର ଭଳି ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ଏପଟେ ପୁରା ଗୁଜରାଟରେ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ସୁରତରେ ୧୫ ଦିନ ଲାଗି ସମସ୍ତ ସୁତାକଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସୁରତ ବୁଣାକାର ସଂଘ। ଫଳରେ ଏଠାରେ କାମ କରୁଥିବା ଲକ୍ଷ ଲକ୍ଷ ଓଡ଼ିଆଙ୍କ ବୃତ୍ତିରେ ତାଲା ଲାଗିଛି। ମିଲ୍ ବନ୍ଦ ଯୋଗୁଁ ଏଠାକାର ଅଧିକାଂଶ ପ୍ରବାସୀ ଓଡ଼ଆଙ୍କ ହାତରେ ଆଉ କାମ ନାହିଁ। ଘର ମାଲିକ ବି ରହିବାକୁ ଦେଉନି। ତେଣୁ ଜୀବନଜୀବିକା ବିପନ୍ନ ହେବା ପୂର୍ବରୁ ଘରକୁ ଫେରିବାକୁ ଚାହୁଁଛନ୍ତି ଅଧିକାଂଶ ଶ୍ରମିକ। ଆନ୍ତଃରାଜ୍ୟ ବସ୍ ସେବା ବନ୍ଦ ଥିଲେ ବି ଟ୍ରେନ୍ ସେବା ଜାରି ରହିଥିବାରୁ କର୍ମସ୍ଥଳ ଛାଡ଼ି ଏବେ ଘର ମୁହାଁ ହେବାକୁ ଅଧିକାଂଶ ଆଗ୍ରହୀ ଥିବାରୁ ଆଗକୁ ପ୍ରବାସୀଙ୍କ ସଂଖ୍ୟା ଆହୁରି ବଢ଼ିବା ଅନୁମାନ କରାଯାଉଛି।

ଗତଥର ଲକଡାଉନ୍ ବେଳେ ସୁରତରୁ ଗଞ୍ଜାମ ଫେରିଥିଲେ ପ୍ରାୟ ୭ ଲକ୍ଷ ଓଡ଼ିଆ। ଏମାନଙ୍କ ଆଗମନ ପରେ ଜିଲ୍ଲାରେ ନିଆଁ ପରି ହୁ ହୁ ହୋଇ ବ୍ୟାପିଥିଲା ସଂକ୍ରମଣ। ଆଉ ଗଞ୍ଜାମ ହୋଇଥିଲା ରାଜ୍ୟର କରୋନା ହଟସ୍ପଟ୍। ତେଣୁ ଏଥର ବି ଜିଲ୍ଲାକୁ ସୁରତ ଫେରନ୍ତାଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବାରୁ ଆଗକୁ ସେଭଳି ଅବସ୍ଥା ଯେପରି ନହେବ, ସମସ୍ତେ ଏଥିପ୍ରତି ଯତ୍ନବାନ୍ ହେବା ଦରକାର।

 

Migrant-come-back-in-hometown
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories