• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱ‌ର: କରୋନା କବଳରୁ ନିଜକୁ ବଞ୍ଚ।ଇବ। ନିଜ ମାଟିକୁ ଫେରି ଆସିଲେ ସିନା ଦୁର୍ଦ୍ଦଶା ସେମାନଙ୍କର ପିଛା ଛାଡ଼ୁନି। କ।ରଣ ଜୀବନକୁ ବିପଦ ମୁହଁକୁ ଠେଲି ମହାରାଷ୍ଟ୍ରରୁ ଓଡ଼ିଶା ଆସିଲେ, ହେଲେ ଘରେ ପହଞ୍ଚି ପାରୁନାହାନ୍ତି ଦୁଇ ପ୍ରବାସୀ ଶ୍ରମିକ।

ଜଣେ ବୟସ୍କ ବ୍ୟକ୍ତି ଓ ଜଣେ ଯୁବତୀ ନିଜ ଖର୍ଚ୍ଚରେ ମହାରାଷ୍ଟରୁ ଆସି ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱ‌ରରେ ପହଞ୍ଚିଥିଲେ। ଉଭୟଙ୍କ ଘର ଚିଲିକା ମଝିରେ ଥିବା ମହିସା ବ୍ରହ୍ମପୁରା ଗାଁରେ।  ଉଭୟେ ଭୁବନେଶ୍ୱ‌ରୁ ଯାଇ ନନ୍ଦଳା ଗେଟ ପାଖରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ନେଇ ଜହ୍ନିକୁଦା ଘାଟପେଣ୍ଠ ନିକଟରେ ଛାଡ଼ି ଆସିଥିଲା। ସେଠାରୁ ଡଙ୍ଗା ଯୋଗେ ନିଜ ଘରକୁ ଯାଇଥାନ୍ତେ।  ହେଲେ ତାଙ୍କୁ କୌଣସି ଡଙ୍ଗାଚାଳକ ସାଙ୍ଗରେ ନେବାକୁ ଚାହିଁଲେ ନାହିଁ। ଫଳରେ ଡଙ୍ଗାଘାଟରେ ସେମାନେ ପଡ଼ି ରହିଛନ୍ତି।

ଏପରିକି ବାହାରୁ ଆସୁଥିବା ଲୋକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବା କଥା। ହେଲେ ଏଠାରେ ପ୍ରଶ୍ନ ଉଠୁଛି, ପ୍ରଶାସନ ଏମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ନ ରଖି ଜହ୍ନିକୁଦା ଘାଟପେଣ୍ଠ ନିକଟରେ ଛାଡ଼ି ଚାଲି ଆସିଲା କେମିତି ? ହେଲେ ଏ ନେଇ ସ୍ଥାନୀୟ ପ୍ରଶାସକଙ୍କର କୌଣସି ମତାମତ ମିଳିପାରି ନାହିଁ।

Migrant-came-back-from-maharastra-but-could-not-reach-to-home-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories