୨୪ ଘଣ୍ଟା ନପୂରୁଣୁ ଓଡ଼ିଶାକୁ ମିଳିଲା ୫୦୦ କୋଟିର ଅଗ୍ରୀମ ବାତ୍ୟା ସହାୟତା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତର ୨୪ ଘଣ୍ଟା ନପୁରୁଣୁ ଓଡ଼ିଶାକୁ ମିଳିଲ ବାତ୍ୟା ଅଗ୍ରମୀ ସହାୟତା ରାଶି। ବାତ୍ୟା ଅମ୍ପନ କ୍ଷୟକ୍ଷତି ବାବଦରେ ଓଡ଼ିଶାକୁ ମିଳିଛି ଅଗ୍ରୀମ ୫୦୦ କୋଟି ଟଙ୍କା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ୨୪ ଘଣ୍ଟା ନ ପୂରୁଣୁ ରାଜ୍ୟକୁ ଏହି ଟଙ୍କା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
MHA order releasing Rs 500 Crore to Odisha Govt #CycloneAmphanUpdate pic.twitter.com/jrC6BqIMLg
— Pradeep Jena IAS (@PradeepJenaIAS) May 23, 2020
ଟଙ୍କା ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସରକାର। ଗତକାଲି ଓଡ଼ିଶା ଗସ୍ତରେ ଆସି ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ ମୋଦି। ଏହାପରେ ବିମାନବନ୍ଦର କନଫରେନ୍ସ ହଲରେ ସମୀକ୍ଷା କରି ୫୦୦ କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଥିଲେ।