ଅପରାହ୍ଣ ୧୨ଟା ୩୦ଟା ଯାଏ କଟକ, ଭୁବନେଶ୍ୱରବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଟ୍ୱିନ୍‌ ସିଟିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ଅପରାହ୍ଣ ୧୨ଟା ୩୦ଟା ଯାଏ କଟକ ଓ ଭୁବନେଶ୍ୱରରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି।

ଘଣ୍ଟାକୁ ୨ରୁ ୩ ସେ.ମି. ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁ ରାସ୍ତାଘାଟ ଭଲ ଦିଶିବନି, ଟ୍ରାଫିକ ଜାମ୍ ହେବାର ସମ୍ଭାବନା ରହିଛି। ତେଣୁ ଯଥାସମ୍ଭବ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯିବା ସହ ସତର୍କ ସୂଚନା ଜାରି କରାଯାଇଛି।

You might also like