ବିଚକ୍ଷଣ ବାଳିକା ଲକ୍ଷ୍ମୀବତୀ: ଫଟାଫଟ୍‌ ଦେଉଛନ୍ତି ସବୁ ଉତ୍ତର

ଫୁଲବାଣୀ: ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମାତିଥାନ୍ତି, ସେହି ବୟସରେ ଦେଶର ନାମ, ରାଜ୍ୟ ନାମ, ଜାତୀୟ ପକ୍ଷୀର ନାମଠୁ ଆରମ୍ଭ କରି ଜାତୀୟ ଫୁଲର ନାମ ସବୁ ଜିଭ ଆଗରେ ରହିଛି। କନ୍ଧମାଳର ଏହି  କୁନି ଝିଅ ଯାହାର ବୟସ ମାତ୍ର ୩ ବର୍ଷ। ହେଲେ ବୁଦ୍ଧି ବିଚକ୍ଷଣ।

ଆଦିବାସୀ ଅଞ୍ଚଳରେ ରହି ଅଙ୍ଗନବାଡ଼ିରେ ପାଦ ଥାପିଥିବା ଏହି ପିଲାଟି କେଉଁଠୁ ଏତେ ଜ୍ଞାନ ସାଉଣ୍ଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋଶାଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ଏବେ ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ୍‌ ଅନ୍ତର୍ଗତ ବେକ୍ରା ଗାଁର ଏହି କୁନି ବାଳିକା ଲକ୍ଷ୍ମୀବତୀ ପ୍ରଧାନ।ଏହି ଭିଡିଓଟି ଭାଇରାଲ ହେବା ପରେ ଦେଖୁଥିବା ଲୋକେ ପିଲାଟିର ପ୍ରଶଂସା ନ କରି ରହି ପାରୁ ନାହାନ୍ତି।

କିଛି ଦିନ ତଳେ ପରିବାର ଲୋକେ ଶିଶୁଟିକୁ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ପ୍ରାକ୍‌ ଶିକ୍ଷା ପାଇଁ ପଠାଇଥିଲେ। ତେବେ ଅଙ୍ଗନବାଡି  ଯିବାର କିଛି ଦିନ ପରେ ଶିଶୁଟିର ବିଚକ୍ଷଣ ବୁଦ୍ଧିକୁ ଦେଖି ସହାୟିକା ମଧ୍ୟ ଆଚମ୍ବିତ ହୋଇଯାଇଥିଲେ। ନିକଟରେ କିଛି ଦିନ ତଳେ ସହାୟିକା କିଛି ପ୍ରଶ୍ନ ପଚାରିଥିବା ବେଳେ ଲକ୍ଷ୍ମୀବତୀ ଫଟାଫଟ ତା’ର ଉତ୍ତର ଦେଇଥିଲେ। ସୋଶାଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଲକ୍ଷ୍ମୀବତୀ।

You might also like