୧୫ ଡିଗ୍ରୀ ତଳେ ରାଜ୍ୟର ୧୩ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତଳମୁହାଁ ପାରଦ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୯.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଦାରିଙ୍ଗବାଡିରେ ୧୧ ଡିଗ୍ରୀକୁ ଛୁଇଁଛି ପାରଦ। ୧୩ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ନେଇ ରେକର୍ଡ କରାଯାଇଛି।

ଭୁବନେଶ୍ୱର, କଟକ ସମେତ କିଛି ସ୍ଥାନରେ ଘନ କୁହୁଡି ଯୋଗୁ ଗାଡି ଚଳାଚଳରେ ବାଧା ଉପୁଜିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

You might also like