୧୫ ଡିଗ୍ରୀ ତଳେ ଓଡ଼ିଶାର ୪ ସହରର ତାପମାତ୍ରା

ଭୁବନେଶ୍ୱର: ମୌସୁମୀ ଫେରିଯିବା ପରେ ରାଜ୍ୟରେ ପଡ଼ିଲାଣି ଶୀତ। ବିଭନ୍ନ ସ୍ଥାନରେ ଶୀତ ଅନୁଭୂତ ହେଲାଣି। ଆଜି ଓଡ଼ିଶାରେ ୧୫ ଡିଗ୍ରୀ କିମ୍ବା ତା ତଳକୁ ୪ଟି ସହରର ତାପମାତ୍ରା ରହିଛି।

ସୋନପୁରରେ ୧୨.୮ ଡିଗ୍ରୀ, ଅନୁଗୁଳରେ ୧୩.୮ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ, କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ୧୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୨୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ପ୍ରଶାନ୍ତ ମହାସାଗରରେ ଲା ନିନା ପ୍ରଭାବ ଯୋଗୁ ଏବର୍ଷ ପାଣିପାଗ ଉପରେ ପ୍ରଭାବ ପଡ଼ିବ। ଲା ନିନାର ପ୍ରଭାବ ଆସନ୍ତା ଜାନୁଆରୀ ଯାଏ ଅନୁଭବ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ୨୦୧୦-୧୧ ମଧ୍ୟ ଲା ନିନା ପ୍ରଭାବ ଅନୁଭୂତ ହୋଇଥିଲା।

You might also like