ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଛି। ୧୫ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା। ୧୧ ଦଶମିକ ୮ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହର ରହିଛି।
ଅନୁଗୁଳର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ, ଦାରିଙ୍ଗବାଡ଼ି- ୧୪ ଡିଗ୍ରୀ, ଝାରସୁଗୁଡ଼ା- ୧୪.୧ ଡିଗ୍ରୀ, ଭୁବନେଶ୍ୱର- ୨୦.୬ ଡିଗ୍ରୀ, କଟକ- ୧୯ ଡିଗ୍ରୀ ରହିଛି। ଆଗକୁ ଶୀତ ବଢ଼ିବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ଓଡ଼ିଶାକୁ ପ୍ରବେଶ କରୁଥିବାରୁ ଥଣ୍ଡା ବଢିଛି। ଉତ୍ତର ଓଡ଼ିଶା ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସମ୍ଭାବନା ରହିଛି। ସେହିପରି ଦକ୍ଷିଣ ଓଡ଼ିଶା ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବା ସମ୍ଭାବନା ରହି।