୧୦ ବର୍ଷ ହେଲା ଶିକୁଳିରେ ବନ୍ଧାପଡ଼ିଛି ଜୀବନ

ନିଆଳି: ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୦ ବର୍ଷରୁ ଅଧିକ ହେଲା ଶିକୁଳିରେ ବନ୍ଧାପଡ଼ିଛି ଯୁବକଙ୍କ ଜୀବନ। ନିଜ ଆଖି ସାମ୍ନାରେ ବାପାଙ୍କର ମୃତ୍ୟୁ ଦେଖି ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଯୁବକ। ହେଲେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ କପାସୀ ପଞ୍ଚୟତର କୂଳ କପାସି ଗାଁରେ।

ବ୍ୟକ୍ତି ଜଣକ ହେଉଛନ୍ତି କୂଳ କପାସି ଗାଁର ସ୍ୱର୍ଗତ ଦିବାକର ସାହୁଙ୍କ ପୁଅ ସୁମନ୍ତ ସାହୁ। ସେ ମାନସିକ ଭାରସାମ୍ୟ ହରାଇଥିବାରୁ କେତେବେଳେ କଣ କରୁଛନ୍ତି ନିଜେ ଜାଣିପାରୁନାହାନ୍ତି। କାଳେ କଣ ଅଘଟଣ ଘଟାଇବ ସେହି ଭୟରେ ପରିବାର ଲୋକେ ଗୋଡ଼ ବାନ୍ଧିବା ସହ ହାତରେ ଲୁହା କଡ଼ି ପକାଇ ରଖିଛନ୍ତି। ପୁଅକୁ ଡାକ୍ତର ଦେଖାଇ ଭଲ କରିବା ଲାଗି ଇଚ୍ଛା ଥିଲେ ବି ପରିବାର ପାଇଁ ଅର୍ଥ ବାଧକ ସାଜିଛି।

ସୁମନ୍ତଙ୍କ ମା’ଙ୍କ କହିବା ଅନୁସାରେ ରୋଜଗାର ପାଇଁ ଉଭୟ ବାପ ପୁଅ ବେଙ୍ଗାଲୁରୁ ଯାଇଥିଲେ। ହେଲେ ସେଠାରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ସୁମନ୍ତଙ୍କ ଆଖିସାମ୍ନାରେ ଏକ ଅଘଟଣ ଘଟିଥିଲା। କୋଇଲା ଗାଡ଼ି ଅନଲୋଡ କରିବା ବେଳେ ବାପା ଦିବାକରଙ୍କ ଉପରେ କୋଇଲା ପଡ଼ିବାରୁ ପୋତିହୋଇ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ସେହିଦିନ ଠାରୁ ସୁମନ୍ତ ମାନସିକ ଭାରସାମ୍ୟ ହରାଇଛନ୍ତି। ସେବେ ଠାରୁ ମାମୁ ଘର ଉପରେ ନିର୍ଭର କରି କପାସିରେ ପଡ଼ି ରହିଛନ୍ତି ସୁମନ୍ତ ଏବଂ ତାଙ୍କ ମାଆ।

 

ଆହୁରି ପଢ଼ନ୍ତୁ

ଏକାଧିକ ଲଗ୍‌ଜୁରୀ କାର୍‌କୁ ଘାଇରେ ଫିଙ୍ଗିଦେଲା ଭୋଲ୍‌ଭୋ କମ୍ପାନୀ

ଲଞ୍ଚ ହେଲା ପୃଥିବୀର ଦାମୀ ପର୍ସ; ମୂଲ୍ୟ‌ କେତେ ଜାଣନ୍ତି ?

୬ ମହିଳା ଗର୍ଭବତୀ, ସ୍ୱାମୀ କହିଲେ-ସବୁ ପିଲାଙ୍କର ବାପା……

କର୍ମଚାରୀଙ୍କୁ କୋଟିପତି କରିଦେଲେ ମାଲିକ

କାହିଁକି ଶରୀରରୁ ମାଛ ପରି ଗନ୍ଧ ବାହାରିଥାଏ ? ଫିଶ୍‌ ଓଡର ସିଣ୍ଡ୍ରୋମ ରୋଗ ବିଷୟରେ ଜାଣିଛନ୍ତି କି ?

ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କାମୁଡ଼ିଲା ବାଘ

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

You might also like