ନର୍ସ ନୁହେଁ, ପାଗଳି ଦେଇଥିଲା ଇଞ୍ଜେକସନ୍

ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କଲା ପୁଲିସ

ସମ୍ବଲପୁର  : ସମ୍ବଲପୁର ସଦର ମେଡ଼ିକାଲରେ ରୋଗୀଙ୍କୁ ନର୍ସ ନୁହେଁ ମାନସିକ ବିକୃତି ଥିବା ଯୁବତୀ ଦେଇଥିଲେ ଇଞ୍ଜେକସନ୍। ପୁଲିସ ଆଜି ସମ୍ପୃକ୍ତ ଯୁବତୀ ଲିଲି ଜାଲଙ୍କୁ ଗିରଫ କରିବା ପରେ ଏହା ସ୍ପଷ୍ଟ ହୋଇଛି।

ଗତ ୧୯ ତାରିଖ ବିଳମ୍ବିତ ରାତିରେ ଲିଲି ଘରେ ଝଗଡ଼ା ଲାଗି ମେଡିକାଲ ଆସିଥିଲେ। ଆଉ ମେଡିସିନ ପୁରୁଷ ୱାର୍ଡରେ ଡ୍ୟୁଟିରେ ଥିବା ନର୍ସ ନଥିବା ଦେଖି ସେ ରୋଗୀଙ୍କୁ ମନଇଛା ଇଂଜେକ୍ସନ ଦେଇଥିଲେ।

୫ରୁ ଅଧିକ ରୋଗୀଙ୍କୁ ଇଞ୍ଜେକସନ୍ ଦେଇଥିବା ଜଣାପଡିଛି। ସେପଟେ ଘଟଣା ଜଣାପଡିବା ପରେ ସେଦିନ ଡ୍ୟୁଟିରେ ଥିବା ନର୍ସ ରଜନୀ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେହିପରି ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ବହିଷ୍କୃତ କରାଯିବା ସହ  ସିକ୍ୟୁରିଟି ସଂସ୍ଥାକୁ ନୋଟିସ ଦିଆଯାଇଛି।

You might also like