ଯୁବ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି

ବେକାରୀ ସମସ୍ୟା, ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ଆକ୍ରୋଶ ସମାବେଶ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଯୁବ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି । ଭୁବନେଶ୍ୱରରେ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ବେକାରୀ ସମସ୍ୟା, ତୈଳ ଦର ବୃଦ୍ଧି ପ୍ରତିବାଦରେ ଆକ୍ରୋଶ ସମାବେଶ କରାଯାଉଛି। ବିଧାନସଭା ଘେରାଇ ପାଇଁ ଗଲା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ବ୍ୟାରିକେଡ ଭାଙ୍ଗି ଆଗକୁ ବଢ଼ୁଥିବା କର୍ମୀଙ୍କୁ ଅଟକ ରଖିଛି ପୋଲିସ ।

ଆକ୍ରୋଶ ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ସହ ବହୁ କର୍ମୀ ଓ ନେତା ସାମିଲ ହୋଇଛନ୍ତି । ଯୁବ କଂଗ୍ରେ ର ସର୍ବଭାରତୀୟ ସଭାପତି ଶ୍ରୀନିବାସ ବି.ଭି. ମଧ୍ୟ ସମାବେଶରେ ଯୋଗଦେଇଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ମଟର ସାଇକେଲ୍ ରାଲିରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ନେଇଥିଲେ ।

You might also like