ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ

ମନ୍ତ୍ରୀଙ୍କ ଘରେ ଧସେଇ ପଶିବାକୁ ବିଜେପି ମହିଳା ମୋର୍ଚ୍ଚା କର୍ମୀଙ୍କ ଉଦ୍ୟମ

ଭୁବନେଶ୍ୱର : କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ ବିବାଦ ବଢୁଛି।  ଅାଜି ମନ୍ତ୍ରୀ ମହାରଥୀଙ୍କ ଘରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର କର୍ମୀ । ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ ।

ଏହା ପରେ ତାଙ୍କ କ୍ୱାର୍ଟର୍ସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ବିଜେପି ମହିଳା କର୍ମୀଙ୍କୁ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରୁ ନେଇ ଅଟକ ରଖିଛି । ମହିଳାଙ୍କ ବିରୋଧରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ମହାରଥୀଙ୍କ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାକୁ ନେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା ।

ସେପଟେ ବିବାଦ ଘନେଇବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ ।  ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଇଛି, ତେଣୁ ସେ ମର୍ମାହତ। । ତାଙ୍କ ନିର୍ବାଚନ ମଣ୍ଡଳୀର ମାଅାଙ୍କୁ ମୁଁ ସମ୍ମାନ କରିବା ସହ ସେମାନଙ୍କ ଅଭିଯୋଗ ଶୁଣେ ବୋଲି କହିଛନ୍ତି ମନ୍ତ୍ରୀ ମହାରଥୀ । ଜଣେ ସ୍ତ୍ରୀର ଦୁଇ ସ୍ୱାମୀ କଥା କହିଥିଲେ ୯୦ ହଜାର କହିଥାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ। କେବଳ ଏତିକି ନୁହଁ ବିବାଦ ପରେ ସେ କ୍ଷମା ମାଗିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

You might also like