ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ୍‌ ଶୋ’

କେନ୍ଦ୍ରାପଡ଼ା: ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିଜର ନାମାଙ୍କନ ପତ୍ର ଦାଖଲ କରିବା ପରେ ଆଜି ପ୍ରଥମ ଥର ପାଇଁ ସେ ଆଳିରେ ରୋଡ ଶୋ’ କରିଛନ୍ତିା

ଆଳିର ବିଧାୟକ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ ଓ ବୈଜୟନ୍ତ ପଣ୍ଡା ବିଲିକଣାଠାରୁ ରୋଡ଼ ଶୋ’ରେ ବାହାରି ନରେନ୍ଦ୍ରପୁର, ପତ୍ରପୁର, ସାନମଙ୍ଗ, ବାଟିପଡ଼ା, କଳସପୁର ଆଦି ପଞ୍ଚାୟତ ପରିକ୍ରମା କରି ଭୋଟ୍‌ ପାଇଁ ନିବେଦନ କରୁଛନ୍ତି।

ଏହି ରୋଡ ଶୋ’ ରେ ବୈଜୟନ୍ତ ପଣ୍ଡାଙ୍କ ସହ ବିଜେପି ନେତା କୃଷ୍ଣ ପଣ୍ଡା, ସତ୍ୟ ନାରାୟଣ ଜେନା, ସଲିମ ଖାନ୍‌ଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଛନ୍ତି।

You might also like