ଛତିଶା ନିଯୋଗ ବୈଠକରେ ଶ୍ରୀଜିଉଙ୍କ ପହିଲି ଭୋଗ ନୀତି ଚୂଡ଼ାନ୍ତ

ପୁରୀ : ଛତିଶା ନିଯୋଗ ବୈଠକରେ ଶ୍ରୀଜିଉଙ୍କ ପହିଲି ଭୋଗ ନୀତି ଚୂଡ଼ାନ୍ତ। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ପହିଲି ଭୋଗ ପାଇଁ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନୀତି ଚୂଡ଼ାନ୍ତ ହୋଇଛି।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ନୂଆ ବର୍ଷ ପାଇଁ ମଧ୍ୟ ଶ୍ରୀଜିଉଙ୍କ ନୀତିକାନ୍ତି ନେଇ ମଧ୍ୟ ଆଲୋଚନା ହୋଇଛି। ଡିସେମ୍ବର ୩୧ ତାରିଖ ରାତି ୯ଟା ୩୦ରେ ପହୁଡ଼ ହୋଇ ରାତି ଗୋଟାଏ ୩୦ରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ।

ସେହିପରି ଆଜିର ବୈଠକରେ ସେବାୟତଙ୍କ ପ୍ରାପ୍ୟ ଓ ନାଟ ମନ୍ଦିର ମରାମତି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା।

 

You might also like