ମାଓ ମୁକାବିଲା ନେଇ ରଣନୀତି

ଆନ୍ତରାଜ୍ୟ ପୋଲିସ ଅଧିକାରୀଙ୍କ  ବୈଠକ

କୋରାପୁଟ: ଆଗାମୀ ସାଧାରଣ ନିର୍ବାଚନ ସହ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶର ବିଧାନସଭା ନିର୍ବାଚନ ମଧ୍ୟ ହେବାର ଅଛି। ତେଣୁ ନିର୍ବାଚନ ସମୟରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ ଲାଗି ଆନ୍ତରାଜ୍ୟ ପୋଲିସ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ଜିଲ୍ଲା ଜୟପୁରରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌ଙ୍କ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଏଥିରେ ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ର ଏବଂ ଛତିଶଗଡ଼ ପୋଲିସ ଅଫିସରମାନେ ଯୋଗ ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜିୟନଗରମ, ଶ୍ରୀକାକୁଲମ, ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ଛତିଶଗଡ଼ର ଦାନ୍ତେଓ୍ୱାଡ଼ା, ବସ୍ତର ଜିଲ୍ଲା ସର୍ବାଧିକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ, ଏସବୁ ଜିଲ୍ଲାରେ ନିର୍ବାଚନ ପରିଚାଳନା ବେଳେ କିଭଳି ସୁରକ୍ଷା ପଦକ୍ଷେପ ନିଆଯିବ ସେ ନେଇ ଗୁରୁତ୍ୱ ଦିଆଯାଇଛି ।

ସେପ୍ଟେମ୍ବେର ୨୩ରେ ଆନ୍ଧ୍ରପ୍ରଦେଶ  ବିଧାୟକ କେ. ସର୍ବେଶ୍ୱର ରାଓ ଓ ଟିଡିପି ନେତା ସିବେରି ସୋମାଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ। ପୂର୍ବରୁ ଛତିଶଗଡ଼ରେ ମଧ୍ୟ ମାଓ ଆକ୍ରମଣ ହୋଇଛି । ଏଣୁ ନିର୍ବାଚନ ପୂର୍ବରୁ ଏ ବୈଠକ ବେଶ୍ ଗୁରୁତ୍ୱ ରଖୁଛି।

You might also like