• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପୁରୀ: ବଢ଼ିଲା ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ନେଇ ସମ୍ଭାବନା। ଅଳ୍ପ ସେବାୟତଙ୍କୁ ନେଇ ଚଳିତ ଥରର ସ୍ନାନ ଯାତ୍ରା କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଆଜି ୧୦ଟି ନିଯୋଗର ସେବାୟତଙ୍କୁ ନେଇ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା ମୁତାବକ, ଏଥର ସ୍ନାନ ପୂର୍ଣ୍ଣିମା ନେଇ ବରିଷ୍ଠ ସେବାୟତଙ୍କ ସହ ବୈଠକ ହୋଇଛି। କମ୍ ସଂଖ୍ୟକ ସେବାୟତ ସ୍ନାନ ନୀତିରେ ଯୋଗଦେବେ।

ଏନେଇ ୨୫ ତାରିଖ ସୁଦ୍ଧା ସେବାୟତଙ୍କ ଏକ ତାଲିକା ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦେବାକୁ ଆଲୋଚନାରେ କୁହାଯାଇଛି। କିଏ କିଏ ସ୍ନାନ ଯାତ୍ରାରେ ଉପସ୍ଥିତ ରହିବେ, ନୀତି କେତେବେଳେ ହେବ ସେ ନେଇ ସବିଶେଷ ତାଲିକା ପ୍ରସ୍ତୁତ କରାଯିବ। ଏହାସହ ବୈଠକରେ ସ୍ନାନ ଯାତ୍ରା ନେଇ କିଛି ପ୍ରସ୍ତାବ ଦିଆଯାଇଛି।

ମୁଖ୍ୟତଃ ଏଥର ଶୀଘ୍ର ପହଣ୍ଡି, ଅଣସର ନୀତିର ଅବଧିକୁ କମ୍ କରିବା ଭଳି ପ୍ରସ୍ତାବ ଦିଆଯାଇଛି। ଏସବୁ ପ୍ରସ୍ତାବ ଉପରେ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ। ଯାହା ପରିଚାଳନା କମିଟି ପରେ ଚୂଡ଼ାନ୍ତ କରାଯିବ ବୋଲି କ୍ରିଷନ କୁମାର କହିଛନ୍ତି। ଏହି ସବୁ ପ୍ରସ୍ତାବ ନେଇ ପୂର୍ବରୁ ଦଇତାପତି ନିଯୋଗ ସହ ବୈଠକ ସରିଛି।

ସେହିଭଳି ଚତୃର୍ଥ ପର୍ଯ୍ୟାୟ ଲକଡାଉନ୍ ୩୧ ତାରିଖରେ ସରୁଛି। ତେଣୁ ଏହାପରେ କଣ କଟକଣା ରହିବ ତାକୁ ନେଇ ମନ୍ଦିର ନୀତି ନିର୍ଘଣ୍ଟ କଣ ହେବ ତାହା ବି ନିର୍ଣ୍ଣୟ କରାଯିବ ବୋଲି କ୍ରିଷନ କୁମାର କହିଛନ୍ତି

Meeting-for-sri-mandir-snana-yatra
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories