ଅନ୍ତଃରାଜ୍ୟ ବନ୍ୟା ପରିଚାଳନା ନେଇ ବୈଠକ

ଓଡିଶା ଓ ଛତିଶଗଡର ଜଳ ସମ୍ପଦ ବିଭାଗ ଅଧିକାରୀ ଯୋଗ ଦେବେ

ସମ୍ବଲପୁର: ଅନ୍ତଃରାଜ୍ୟ ବନ୍ୟା ପରିଚାଳନା ତଥ୍ୟ ଅାଦାନ ପ୍ରଦାନ ନେଇ ଅାଜି ବୁର୍ଲାରେ ଏକ ବୈଠକ ବସିବ। ଓଡିଶା ଓ ଛତିଶଗଡ଼ର ଜଳ ସମ୍ପଦ ବିଭାଗର ଅଧିକାରୀ ସ୍ତରୀୟ ଏହି ବୈଠକରେ ମହାନଦୀ ଜଳ ପରିଚାଳନା ନେଇ ଅାଲୋଚନା ହେବ।

ବିଶେଷକରି ହୀରାକୁଦ ଡ଼୍ୟାମର ଉତ୍ତର ମୁଣ୍ଡ ଛତିଶଗଡ ଅଂଚଳରେ ବର୍ଷା ପରିମାଣ, ଜଳ ନିଷ୍କାସନ, ସେଠାକାର ଡ୍ୟାମ୍‌ ଓ ବ୍ୟାରେଜରେ ଜଳ ପତ୍ତନ ନେଇ ତଥ୍ୟ ଅାଦାନ ପ୍ରଦାନ କରାଯିବ। ବୈଠକରେ ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ, ଡ୍ୟାମ୍‌ ସେଫଟି ମୁଖ୍ୟ ଯନ୍ତ୍ରୀ ଅାଇସି ଓ ସିଡବ୍ଲୁସିର ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଛତିଶଗଡ଼ ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀ ମାନେ ମଧ୍ୟ ଯୋଗ ଦେବା ନେଇ ହୀରାକୁଦ ଡ୍ୟାମ୍‌ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି।

You might also like