ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ କ୍ୟାବିନେଟ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା

ଭୁବନେଶ୍ୱର : ଫୋନି ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ଆଲୋଚନା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ମୁଖ୍ୟତଃ ମୋବାଇଲ ନେଟ୍ୱର୍କ ଓ ବିଦ୍ୟୁତ୍ ସଂଯୋଗ ଉପରେ ଆଲୋଚନା ହୋଇଛି।

ମୋବାଇଲ ସଂଯୋଗ ସୁଗମ ହେଉନଥିବାରୁ ରିଲିଫ୍ କାର୍ଯ୍ୟ ଆଗେଇ ପାରୁନି। ମୋବାଇଲ ଟାୱାରକୁ ଜେନେରେଟର ଦ୍ୱାରା କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟୁତ୍ ଯୋଗାଣ କେବେ ସ୍ୱାଭାବିକ ହେବ, ସଠିକ୍ ତାରିଖ କହି ହେବନି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।  ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ୫ ହଜାର କୁଶଳୀ ଶ୍ରମିକ ଆସିବେ। ଦୁର୍ଗାପୁର ସ୍ଥିତ SAILର ଇସ୍ପାତ କାରଖାନା ବିଦ୍ୟୁତ୍ ଖୁଣ୍ଟ ଯୋଗାଇବ। ଦୁର୍ଗାପୁରରୁ ଖୁଣ୍ଟ ଆସିଯିବା ପରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ୱର, କଟକ, ପୁରୀରେ ପାନୀୟ ଜଳଯୋଗାଣ ସ୍ୱାଭାବିକ ହୋଇଛି। ୮୦ରୁ ୯୦ ପ୍ରତିଶତ ଅଞ୍ଚଳରେ ପାନୀୟ ଜଳଯୋଗାଣ ସମ୍ଭବ ହୋଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

You might also like